www.samajalive.in
Thursday, December 11, 2025
14.1 C
Bhubaneswar

ମୋଟର ଲଞ୍ଚର ହେଉନି ରକ୍ଷଣାବେକ୍ଷଣ: ଗଙ୍ଗା ଅଚଳ, ମରାମତି ଅପେକ୍ଷାରେ ବ୍ରାହ୍ମୁଣୀ

ଧାମରା: ଓଡିଶା ରାଜ୍ୟ ସରକାର ବନ୍ଦର ଓ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ନିର୍ମାଣ କରିବା ସହ ରାଜ୍ୟ ବଜେଟର କିଛି ଅଂଶ କେବଳ ସେବା ଯୋଗାଇବା ଆଶାରେ ଖର୍ଚ୍ଚ କରିଥାନ୍ତି। ମାତ୍ର ଏହି ଆଶା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ସରକାର ବଜେଟ ଉପରେ ବଜେଟ ଦେଇ ଚାଲିଛନ୍ତି ମାତ୍ର ତାହା କେବଳ ବିଭାଗୀୟ କର୍ତ୍ତ୍ୟୃପକ୍ଷଙ୍କ ଦରମା ବାବଦରେ ନୁହେଁ, ଏହି ବିଭାଗରେ ଥିବା ସମସ୍ତ ମୋଟର ଲଞ୍ଚ ଗୁଡିକର ରକ୍ଷଣାବେକ୍ଷଣ ପାଇଁ । ବିଭାଗୀୟ ଅଧିକାରୀ ରକ୍ଷଣାବେକ୍ଷଣ ନାମରେ ଅର୍ଥ ଶ୍ରାଦ୍ଧ କରୁଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଚାନ୍ଦବାଲି ଠାରେ ଥିବା ବନ୍ଦର ଓ ଅର୍ନ୍ତଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା କେବଳ ନାହିଁ ନାହିଁରେ ଚାଲିଛି। ଏବେ ମୋଟର ରଞ୍ଚ ଗଙ୍ଗା ଅଚଳ ହୋଇ ପଡ଼ିଥିବାବେଳେ ଅନ୍ୟତମ ମୋଟର ଲଞ୍ଚ ବ୍ରହ୍ମୁଣୀ ମରାମତି ଅପେକ୍ଷା ରହିଛି।

ଖବର ଅନୁଯାୟୀ ଦୀର୍ଘ ୨ବର୍ଷ ହେବ ମୋଟର ଲଞ୍ଚ ଗଙ୍ଗା ଅଚଳ ହୋଇ ପଡି ରହିଛି। ବର୍ତ୍ତମାନ ଏହି ଲଞ୍ଚ ଉପରେ ଅନାବନା ଘାସ ମାଡିଯାଇଥିବା ବେଳେ ଏହା ସଂପୂର୍ଣ ଖରାପ ହୋଇ ଗଲାଣି। ମାତ୍ର ଏହି ଲଞ୍ଚ ମରାମତି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଧାମରା-ତାଳଚୁଆକୁ ଦୈନିକ ଯାତାୟତ କରୁଥିବା ବ୍ରାହ୍ମଣୀ ମୋଟର ଲଞ୍ଚ ଖରାପ ହୋଇ ଅଚଳ ଅବସ୍ଥାକୁ ଚାଲି ଆସିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଗଙ୍ଗା ଲଞ୍ଚଟି ମରାମତି ହୋଇ ସେବା ଯୋଗାଇବା ଦରକାର। ଅପରପକ୍ଷରେ ବର୍ତ୍ତମାନ ସେବା ଯୋଗାଉଥିବା ବ୍ରାହ୍ମଣୀ ଲଞ୍ଚକୁ ମଧ୍ୟ ମରାମତି କରାଯିବା ଆବଶ୍ୟକ। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତା ଦିନକୁ ଦିନ ପରିସ୍ଥିତିକୁ ଜଟିଳ କରି ପକାଉଛି। କେବେ ଏହି ଦୁଇଟି ଲଞ୍ଚ ନିୟମିତ ଯାତ୍ରୀବାହୀ ସେବା ଯୋଗାଇ ଦେବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଚାନ୍ଦବାଲି କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ କହିଛନ୍ତି ଯେ ଖୁବଶୀଘ୍ର ଗଙ୍ଗା ଲଞ୍ଚଟି ମରାମତି ହୋଇ ସେବା ଯୋଗାଇବା ପରେ ବର୍ତ୍ତମାନ ସେବା ଯୋଗାଉଥିବା ବ୍ରାହ୍ମଣୀ ଲଞ୍ଚଟି ମରାମତି ହେବ ବୋଲି କହିଥିଲେ। ଅନ୍ୟ ପକ୍ଷରେ ନିର୍ଦେଶକ ପଦ୍ମଲୋଚନ ରାଉଳ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ମାତ୍ର ଲଞ୍ଚ ଗଙ୍ଗା ଓ ବ୍ରାହ୍ମଣୀ ମରାମତି ପରିବର୍ତ୍ତେ ଏହି ଦୁଇଟି ପୁରୁଣା ଲଞ୍ଚକୁ ସେବା ନିବୃତ କରି ନତନ ଲଞ୍ଚ ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories