www.samajalive.in
Monday, December 8, 2025
13.1 C
Bhubaneswar

ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବହାର ସମ୍ପର୍କିତ କର୍ମଶାଳା

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହର ବ୍ୟବହାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ. ଭାସ୍କର ନାଥ ବିଶ୍ୱାଳ ସାମ୍ପ୍ରତିକ ପରିସ୍ଥିତିରେ ସ୍ମାର୍ଟ କ୍ଲାସ ରୁମର ଉପଯୋଗିତା ତଥା ଡିଜିଟାଲ କ୍ଲାସର ଉପାଦେୟତା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗ ଦେଇ କେମିତି ଓ କିପରି କମ୍ପ୍ୟୁଟର, ପ୍ରୋଜେକ୍ଟର, ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ଅତି ସହଜରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରାଯାଇପାରିବ, ତା’ ଉପରେ ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆଗାମୀ ଦିନରେ ସ୍ମାର୍ଟ କ୍ଲାସର ଉପଯୋଗ କରି ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଜାତୀୟ ସେବା ଯୋଜନାର ଜିଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ନିରନ୍ତର ଡିଜିଟାଲ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଶେଷ ପର୍ଯ୍ୟାୟରେ ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପଣ୍ଡା, ଅଶୋକ ପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଆଗାମୀ ଦିନରେ ସମସ୍ତ ବିଭାଗ ତରଫରୁ ମାସକୁ ଅନ୍ତତଃ ଗୋଟିଏ ଗୋଟିଏ କ୍ଲାସ କରିବା ସହ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଚେଷ୍ଟା କରାଯିବ ବୋଲି ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ପ୍ରକାଶ କରିଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories