www.samajalive.in
Wednesday, December 10, 2025
14.1 C
Bhubaneswar

ଭୁବନେଶ୍ବର, ଗୋଆ ଓ ନବି ମୁମ୍ବଇରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟ୍‌ବଲ ବିଶ୍ବକପ

ମୁମ୍ବଇ: ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ -୨୦୨୨ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ମ୍ୟାଚ ୩ଟି ସ୍ଥାନ ଭୁବନେଶ୍ବର, ଗୋଆ ଓ ନବି ମୁମ୍ବଇରେ ଆୟୋଜିତ ହେବ। ଏ ନେଇ ଫିଫା ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ମ୍ୟାଚ ନେଇ ପୁନଃ କାର୍ଯ୍ୟସୂଚୀ ଜୁନ୍‌ ୨୪ରେ ଘୋଷିତ ହେବ ବୋଲି ଏଆଇଏଫଏଫ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ବାତିଲ ହେବା ପରେ ୨୦୨୨ ସଂସ୍କରଣକୁ ଭାରତରେ ଆୟୋଜନ ନେଇ ଏଆଇଏଫଏଫ୍‌କୁ ସୁଯୋଗ ମିଳିଥିଲା ନବି ମୁମ୍ବଇ ଓ ଗୋଆରେ ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିବା ବେଳେ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଫିଫା ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ କଳିଙ୍ଗ ଷ୍ଟାଡ଼ିୟମ ସହ ୪ଟି ଅଭ୍ୟାସ ଗ୍ରାଉଣ୍ଡକୁ ଫିଫା ମାନର ପ୍ରସ୍ତୁତି କରିଛି। ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ୧୬ଟି ଦଳ ଅଂଶଗ୍ରହଣ କରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories