www.samajalive.in
Thursday, December 11, 2025
16.1 C
Bhubaneswar

ତାଲାବନ୍ଦ କଟକଣା ଉଲ୍ଲଙ୍ଘନ: ବ୍ରିଟେନ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଦୋଷୀ

ଲଣ୍ଡନ: କରୋନା ମହାମାରୀ ସମୟରେ ତାଲାବନ୍ଦ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଅର୍ଥମନ୍ତ୍ରୀ ଋଷି ସୁନକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ଉଭୟଙ୍କ ଉପରେ କୋଭିଡ ନିୟମ ଅନୁଯାୟୀ ଜୋରିମାନା ଦଣ୍ଡାଦେଶ​‌ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ଜୋରିମାନା ଦଣ୍ଡାଦେଶ ସମ୍ପର୍କରେ ମେଟ୍ରୋପଲିଟାନ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ନାହିଁ। ୨୦୨୦ ଜୁନ୍‌ରେ ତାଲାବନ୍ଦ ସମୟରେ ଡାଉନିଂଷ୍ଟ୍ରିଟ୍‌ସ୍ଥିତ କ୍ୟାବିନେଟ୍‌ କୋଠରିରେ ଜନସନଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା। ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ପୂର୍ବକ ଭୋଜିର ଆୟୋଜନ ହୋଇଥିଲାବେଳେ ଏଥିରେ ମଦ ପରିବେଷଣ କରାଯାଇଥିଲା। ପ୍ରାୟ ୧୨ଟି ଭୋଜିରେ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ଅଧିକାରୀମାନେ ଆପ୍ୟାୟିତ ହୋଇଥିଲେ। ଏପରିକି ୨୦୨୦ ଓ ୨୦୨୧ରେ ପ୍ରଧାନମନ୍ତ୍ରୀ ଓ ତାଙ୍କ କର୍ମଚାରୀମାନେ ଡାଉନିଂଷ୍ଟ୍ରିଟ୍‌ରେ ୪ଟି ଉତ୍ସବ ଆୟୋଜନ କରିଥିଲେ। ଏହି ଘଟଣାରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories