www.samajalive.in
Wednesday, December 10, 2025
14.1 C
Bhubaneswar

ସନ୍ତାନ ସନ୍ତତିଙ୍କ ମଙ୍ଗଳ ମନାସୀ ଚୈତ୍ର ମଙ୍ଗଳବାର ପୂଜା

ଛତିଆ : ଚୈତ୍ର ମଙ୍ଗଳବାର ବା ପନ୍ଥେଇ ପୂଜା ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଇଥାଏ। ଆଜି ଏହି ଅବସରରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ଅଧୀନସ୍ଥ ଇଛାନଗରପାଟଣା ଠାରେ ଥିବା ଦେବୀ ମଣ୍ଡପ ନିକଟରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଏହାକୁ ପାଳନ କରିଛନ୍ତି। ଏହି ମଣ୍ଡପରେ ପ୍ରାୟ ୫୦ ବର୍ଷ ତଳେ ଗ୍ରାମରେ ଯେତେବେଳେ ଦଶହରା ପୂଜା ପରେ ମା’ଙ୍କ ବିସର୍ଜନ ହୁଏ, ସେହି ସମୟରେ ଏଠାରେ ମା’ଙ୍କୁ ରଖାଯାଇ ପୂଜା ପରେ ବିସର୍ଜନ ପାଇଁ ନିଆଯାଇଥାଏ। ସେଥିପାଇଁ ଆଜି ଯାଏ ଏହି ମଣ୍ଡପକୁ ଦେବୀ ଚୁଉଡି ବୋଲି ଗ୍ରାମର ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କହିଥାନ୍ତି।

ଏଠାରେ ଗ୍ରାମର ମହିଳାମାନେ ଏକ ପଥର ଖଣ୍ଡକୁ ମା’ଙ୍କ ସ୍ବରୂପ ଭାବେ ବିବେଚନା କରି ସେଥିରେ ହଳଦୀ ଲଗାଇ ଆଖି, କାନ, ପାଟି ଆଦି କରି ସିନ୍ଦୁର ଲଗାଇ ନାଲି କପଡ଼ା ଦେଇ, ଧୂପ, ଦୀପ, ଝୁଣା ଆଦି ଦେଇ ପୂଜା କରିବା ସହିତ ନଡ଼ିଆ, କଦଳି, ଖଇ, ଉଖୁଡ଼ା ଆଦି ଭୋଗ ଲଗାଇଥାଆନ୍ତି। ସମସ୍ତଙ୍କୁ ଏହି ଭୋଗ ବାଣ୍ଟି ଥାଆନ୍ତି। ବିଶେଷ କରି ବିବାହିତା ମହିଳାମାନେ ସେମାନଙ୍କ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ସହିତ ମଙ୍ଗଳ କାମନା କରି ମା’ ମଙ୍ଗଳାଙ୍କ ଉପାସନା ସ୍ବରୂପ ଏହି ପୂଜା କରିଥାନ୍ତି ।

- Advertisement -

ଚୈତ୍ରମାସର ମଙ୍ଗଳବାରଗୁଡ଼ିକରେ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ‘ପନ୍ଥେଇ-ପୂଜା’ କରାଯାଏ। ଲୋକମୁଖରେ ଏହା ‘ଚଇତି ମଙ୍ଗଳବାର’ ପୂଜା। ଏଥିରେ ସ୍ତ୍ରୀ ଲୋକମାନେ ଦାଣ୍ଡରେ କୋଠି ଖୋଳି, ସେଥିରେ ଚନ୍ଦନ, ସିନ୍ଦୂର ଆଦି ଦେଇ, କଳସ ବସାନ୍ତି। ଧୂପ ଓ ଦୀପ ଦେଇ ପନ୍ଥେଇରେ ମା’ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପଣା ଓ ଉଖୁଡ଼ା ଭୋଗ ଆଦି ଦିଅନ୍ତି। ସନ୍ତାନମାନଙ୍କର ମଙ୍ଗଳ ମନାସୀ ଏହି ପନ୍ଥେଇ-ପୂଜା କରାଯାଏ। ଏହା ମଙ୍ଗଳା ବା ବାଟମଙ୍ଗଳାଙ୍କ ପୂଜା। ଏପରି ପନ୍ଥେଇ-ପୂଜା ଅନେକ ଅଞ୍ଚଳରେ ପୌଷ ମାସର କୃଷ୍ଣପକ୍ଷ ଦ୍ୱିତୀୟା, ଷଷ୍ଠୀ ଓ ଅଷ୍ଟମୀ ରାତିରେ ମଧ୍ୟ କରାଯାଇଥାଏ। ତେବେ ଚଇତି-ମଙ୍ଗଳବାରର ପନ୍ଥେଇ ପୂଜା ଓ ପୌଷ କୃଷ୍ଣପକ୍ଷର ପନ୍ଥେଇ-ପୂଜା ପରସ୍ପରଠାରୁ ଭିନ୍ନ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories