www.samajalive.in
Wednesday, December 10, 2025
14.1 C
Bhubaneswar

ନିଆରା ସୁଇମିଙ୍ଗ୍‍ ପୁଲ୍‍ : ବିଶେଷତ୍ୱ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ କିଛି ଭିନ୍ନ ଅନୁଭୂତି ନେବା ପାଇଁ ଇଚ୍ଛୁକ ଥିଲେ ଦୁବାଇ ଭ୍ରମଣ ପାଇଁ ଯିବାକୁ କୁହାଯାଇଥାଏ। ଏଠାରେ ଏପରି କିଛି ସ୍ଥାନ ରହିଛି, ଯାହାକୁ ଦେଖିଲେ ତାହାକୁ କିପରି ଏଭଳି ଆଶ୍ଚର୍ଯ୍ୟଜନକ ଶୈଳୀରେ ତିଆରି ହୋଇଛି, ତାହା ଲୋକେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି। ଏଠାରେ ଭ୍ରମଣ ସମୟରେ ସ୍ୱର୍ଗ ଠାରୁ କମ ଅନୁଭବ ହୋଇନଥାଏ ବୋଲି କୁହାଯାଏ।
ଏଠାରେ ଏଭଳି ଏକ ସୁଇମିଙ୍ଗ୍‍ ପୁଲ୍‍ ରହିଛି,ଯାହାକୁ ଦୁନିଆର ସବୁଠାରୁ ଗଭୀର ସୁଇମିଙ୍ଗ୍‍ ପୁଲ୍‍ ବୋଲି କୁହାଯାଏ। ଏହି ପୁଲ୍‍ର  (Deep Dive Dubai )ଗଭୀରତା ୬୦.୦୨ ମିଟର। ଏହି ପୁଲ୍‍ ରେ ୧ କୋଟି ୪୦ ଲକ୍ଷ ଲିଟରରୁ ଅଧିକ ପାଣି ରହିଥାଏ । ଅଲମ୍ପିକର ୬ ସୁଇମିଙ୍ଗ୍‍ ପୁଲ୍‍ର ପାଣି ଏଠାରେ ରହିପାରେ ବୋଲି କୁହାଯାଏ। ଏହି ଆକର୍ଷଣୀୟ ସୁଇମିଙ୍ଗ୍‍ ପୁଲ୍‍ ଦୁବାଇ ନିକଟରେ ନାଦ ଅଲ ଶେବା ଅଞ୍ଚଳରେ ରହିଛି।
ଦେଖିବାକୁ ଏହି ସୁଇମିଙ୍ଗ୍‍ ପୁଲ୍‍ ସାଧାରଣ ପୁଲ୍‍ ଭଳି। ସଭିଁଙ୍କୁ ଏହି ପୁଲ୍‍ ବେଶ ପସନ୍ଦ ଆସିଥାଏ। ସୁଇମିଙ୍ଗ୍‍ ପୁଲ୍‍ ଭିତରକୁ ଯିବା ମାତ୍ରେ ଭିତରର ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଥାଏ। ପାଣିର ତାପମାତ୍ରା ୩୦ ଡିଗ୍ରୀ ଯାଏଁ ରଖାଯାଇଥାଏ। ମାତ୍ର ଏହି  ପୁଲ୍‍ର ବିଶେଷତ୍ୱ ହେଉଛି ଏହା ମଧ୍ୟରେ ସହର ଭଳି ସବୁକିଛି ରହିଛି। ପୁଲ୍‍ ଭିତରେ ଘର, ଗ୍ୟାରେଜ, ଗାଡି ଆଦି ରହିଛି।
ସୁଇମିଙ୍ଗ୍‍ ପୁଲ୍‍ ମଧ୍ୟରେ ରେସ୍ତେରାଁ ମଧ୍ୟ ରହିଛି। ଏଠାରେ କେବଳ ଖାଦ୍ୟ ଖାଇବା ନୁହେଁ ବରଂ ବୈଠକ ଆଦି ମଧ୍ୟ କରାଯାଇଥାଏ। ପୁଲ ଭିତରେ ଏକ ଚଳଚ୍ଚିତ୍ର ଷ୍ଟୁଡିଓ ମଧ୍ୟ ରହିଛି। ସୁଇମିଙ୍ଗ୍‍ ପୁଲରେ ଭିନ୍ନ ଭିନ୍ନ ୧୬୪ ଲାଇଟ ମଧ୍ୟ ଲଗା ଯାଇଛି। ଏହାସହ କ୍ୟାମେରା ମଧ୍ୟ ଲଗାଯାଇଛି, ଯାହା ୨୪ ଘଣ୍ଟା ସମସ୍ତ ଦିଗ ପ୍ରତି ନଜର ରଖୁଛି। ୧୫୦୦ ବର୍ଗମିଟରରେ ବ୍ୟାପିଥିବା ଏହି ପୁଲ୍‍ ଶାମୁକା ଆକାରର। ଏଠାକାର ପାଣି କଦାପି ଅପରିଷ୍କାର ହୋଇନଥାଏ। ଏହାକୁ କିଛି ବିଶେଷ ଶୈଳୀରେ ପ୍ରସ୍ତୁତ କରାଯାଇଥିବା ବେଳେ ସ୍ୱତନ୍ତ୍ର ଉପାୟରେ ସଫା କରାଯାଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories