www.samajalive.in
Sunday, December 7, 2025
13.1 C
Bhubaneswar

ମିଶନ ଜୀବିକା କାର୍ଯ୍ୟକ୍ରମ ; ମାଗଣାରେ କୃଷିଯନ୍ତ୍ରପାତି ,ଧାନ ଓ ମକାକଳ ବଣ୍ଟନ

ନବରଙ୍ଗପୁର :ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନବରଙ୍ଗପୁର ଜିଲାର ୧୦ଟି ବ୍ଳକର ୧୫ଟି ଆଦିବାସୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ମାଗଣାରେ କୃଷିଯନ୍ତ୍ରପାତି ଓ ଭ୍ରାମ୍ୟମାଣ ଧାନ ଓ ମକାକଳ ପ୍ରଦାନ କରାଯାଇଛି।ଏହି ଅବସରରେ ଆୟୋଜିତ ଜିଲାସ୍ତରୀୟ ମିଶନ ଜୀବିକା କାର୍ଯ୍ୟକ୍ରମରେ ଜିଲାପାଳ ଡଃ.କମଳଲୋଚନ ମିଶ୍ର ଅଧ୍ୟକ୍ଷତା କରି ମହିଳା ସଶକ୍ତିକରଣର ଆବଶ୍ୟକତା ରହିଥିବାବେଳେ ଏହି କୃଷିଯନ୍ତ୍ରପାତି ଓ ଭ୍ରାମ୍ୟମାଣ ଧାନ ଓ ମକାକଳ ବିଶେଷ ସହାୟକ ହୋଇ ପାରିବ ବୋଲି କହିଥିଲେ।
ମୁଖ୍ୟ ଅତିଥୀ ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ମହିଳା ମାନଙ୍କର ସାମାଜିକ ଓ ଆର୍ଥୀକ ବିକାଶର ଆବଶ୍ୟକତା ରହିଛି। ଏହି କୃଷିଯନ୍ତ୍ରପାତି ଦ୍ୱାରା ମହିଳା ମାନେ ଉପକୃତ ହୋଇ ପାରିବେ ବୋଲି ସୂଚାଇଥିଲେ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ରସରକାରଙ୍କର ଆର୍ଥୀକ ସହାୟତାରେ ଏହି ଜୀବିକା ମିଶନ ମାଧ୍ୟମରେ ଏହି କୃଷି ଯନ୍ତ୍ର ପାତି ଓ ଧାନମକା କଳ ମାଗଣାରେ ଦିଆଯାଉଛି।
ଏହାଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହେବା ସହିତ ଆର୍ଥୀକ କ୍ଷେତ୍ରରେ ଉନ୍ନତି କରିପାରିବେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମହିଳାଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ମହିଳମାନେ ଉପକୃତ ହେବେ। ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କର ପ୍ରଗତୀ ମଧ୍ୟ ଆବଶ୍ୟକତା ରହିଥିବା କହିଥିଲୋ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀ ସ୍ୱାଗତଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ପରେ ଜିଲାର ୧୦ଟି ବ୍ଲକର ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ୫ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ସେଟ୍‍ ( ପାୱାର ଟିଲର, ଘାସବଛା ଯନ୍ତ୍ର, ସିଞ୍ଚନ ଯନ୍ତ୍ର, ମୋଟର ପମ୍ପସେଟ ଓ ମକା ମେସିନ ) ଇତ୍ୟାଦି ଦିଆଯାଇଥିଲା। ଏହା ସହିତ ୫ଟିବ୍ଳକର ୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ (ପ୍ରତ୍ୟେକ୨ଲକ୍ଷ ୨୫ ହଜାରଟଙ୍କା ବ୍ୟୟରେ ) ଭ୍ରାମ୍ୟମାଣ ଧାନ ଓ ମକା କଳ ଦିଆଯାଇଛି। ଏହା କେନ୍ଦ୍ର ସରକାରଙ୍କର (ଏସସିଏ ଟୁ ଟିଏସପି ) ଯୋଜନାର ଆର୍ଥୀକ ସହାୟତାରେ ଦିଆଯାଇଥିବା ଜଣାପଡିଛି। ଏଥିପାଇଁ ମୋଟ ୬୧ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ସଂସ୍ଥାର ପ୍ରକଳ୍ପ ପରିଚାଳକ ଗୋବିନ୍ଦ କୁମାର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ସମସ୍ତ୧୦ଟି ବ୍ଲକର ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଉପସ୍ଥିତ ଥିଲୋ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories