www.samajalive.in
Saturday, December 13, 2025
21.1 C
Bhubaneswar

ସାଇକେର ପକ୍ଷରୁ ସ୍ମାର୍ଟ କ୍ଲାସର ଶୁଭାରମ୍ଭ

ନବରଙ୍ଗପୁର: ଗ୍ରାମାଞ୍ଚଳର ସବୁ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇକେର ଏଜ୍ୟୁକେସନ ପକ୍ଷରୁ ସ୍ମାର୍ଟ କ୍ଲାସ କକ୍ଷର ଶୁଭାରମ୍ଭ ହୋଇଯାଇଛି । ଉନ୍ନତ ମାନ ଶିକ୍ଷା ତାଲିମ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟ ରୁପେ ଗଢି ତୋଳାଯାଇଛି । ଅନୁରୂପ ଭାବେ ସଦର ମହକୁମା ଗାନ୍ଧୀନଗର ସ୍ଥିତ ଏହି ଅନୁଷ୍ଠାନରେ ମଧ୍ୟ ଅନ୍ତେବାସୀଙ୍କ ପାଇଁ ଏକ ସ୍ଵତନ୍ତ୍ର କକ୍ଷ ଓ ଉତ୍ତମ ପରିବେଶରେ ସ୍ମାର୍ଟ କ୍ଲାସ ନିର୍ମାଣ କରାଯାଇଛି । ଏହି କକ୍ଷକୁ ସମାଜସେବୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବିଜୟ କୁମାର ଚୌଧରୀ ସମ୍ମାନିତ ଅତିଥି ଭାବେ ଜଗଦୀଶ ଚନ୍ଦ୍ର ତ୍ରିପାଠୀ ,ଗଣେଶ ଦାଶ, ଅଶୋକ ପଟ୍ଟନାୟକ, କପିଳ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ଉଦଘାଟନୀ ସମାରୋହ ପରେ ବିଜ୍ଞାନ ବିଭାଗ ପାଠ୍ୟକ୍ରମ ଜୁଲୋଜି ବିଷୟ ବସ୍ତୁର ଏକ ଡେମୋ କ୍ଳାସ ଅନୁଷ୍ଠିତ ହୋଇଥିଲା ଏହାକୁ ଅଧ୍ୟାପିକା ରଶ୍ମିତା ମେହେର ପରିଚାଳନା କରିଥିବାବେଳେ ଟେକନିକାଲ ଆସିଷ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ମେହେର ସହଯୋଗ କରିଥିଲେ । ଅନୁଷ୍ଠାନର ଅନ୍ତେବାସୀ ଛାତ୍ରଛାତ୍ରୀ ମାନେ ଏହି କ୍ଲାସ ମାଧ୍ୟମରେ ବେଶ ଉପକୃତ ହୋଇପାରିବେ ଓ ଆଗାମୀ ଦିନରେ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯିବାକୁ ଯଜୋନା ରହିଛି  ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories