www.samajalive.in
Saturday, December 13, 2025
21.1 C
Bhubaneswar

ଆର୍ଥିକ ସଂକଟ : ଭାରତ ଶରଣରେ ଶ୍ରୀଲଙ୍କା ନାଗରିକ

ଚେନ୍ନଇ : ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟରେ ପଡିଥିବାବେଳେ ଦେଶର ନାଗରିକମାନେ ଏଥିରୁ ବଞ୍ଚିବା ଲାଗି ଭାରତର ଶରଣାପନ୍ନ ହୋଇଛନ୍ତି। ଶ୍ରୀଲଙ୍କାର ନାଗରିକମାନେ ଏବେ ସମୁଦ୍ର ପଥ ଦେଇ ଭାରତରେ ପହଞ୍ଚିବା ଆରମ୍ଭ କରିଛନ୍ତି। ସେମାନେ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ନିବେଦନ କରୁଛନ୍ତି। ଏହି କ୍ରମରେ ରବିବାର ଶ୍ରୀଲଙ୍କାର ୧୯ଜଣ ତାମିଲ ନାଗରିକ ଏକ ଛୋଟ ଡଙ୍କା ମାଧ୍ୟମରେ ଆସି ତାମିଲନାଡୁର ଧନୁକୋଡି ଉପକୂଳରେ ପହଞ୍ଚିଛନ୍ତି। ସେମାନେ କହିଛନ୍ତି ଯେ ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କାରେ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ତେଣୁ ସେମାନେ ଦେଶ ଛାଡି ଚାଲିଆସିଛନ୍ତି। ଶୁକ୍ରବାର ମଧ୍ୟ ଦୁଇଜଣ ପିଲା ସମୁଦ୍ର ପାର ହୋଇ ଭାରତରେ ପହଞ୍ଚିଥିଲେ। ବର୍ତ୍ତମାନ ସୁଦ୍ଧା ୩୯ଜଣ ଶ୍ରୀଲଙ୍କା ନଗରିକ ଭାରତର ଶରଣାପନ୍ନ ହୋଇଛନ୍ତି। ଅଧିକାଂଶ ନାଗରିକ ତାମିଲନାଡୁ ଉପକୂଳରେ ପହଞ୍ଚି ଶରଣାର୍ଥୀ ପାଇଁ ନିବେଦନ କରିଛନ୍ତି। ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ନିମନ୍ତେ ଚାଉଳ ଓ ଔଷଧ ପଠାଇବା ଲାଗି ରାଜ୍ୟ ସରକାର ସହଯୋଗ କରିବେ ବୋଲି କେନ୍ଦ୍ରକୁ ଜଣାଇଥିଲେ। ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ଅନୁମତି ଆଧାରରେ ତାମିଲନାଡୁ ସରକାର ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବେ। ଆର୍ଥିକ ସଂକଟରୁ ମୁକୁଳିବା ଲାଗି ଭାରତ ସରକାର ଶ୍ରୀଲଙ୍କାକୁ ୧୦୦ କୋଟି ଡଲାର ସହାୟତା ଘୋଷଣା କରିଛନ୍ତି। ଏହା ସହିତ ଶ୍ରୀଲଙ୍କାକୁ ଚାଉଳ ଓ ଇନ୍ଧନ ଯୋଗାଣ କରିଛନ୍ତି।
ଦେଶର ଆର୍ଥିକ ସଂକଟକୁ ନେଇ ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷଙ୍କ ନେତୃତ୍ବ ସରକାର ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ତାମିଲ ନ୍ୟାସନାଲ ଆଲାଏନ୍ସ ସମର୍ଥନ କରିବାକୁ ଘୋଷଣା କରିଛି। ଶୁକ୍ରବାର ମୁଖ୍ୟ ବିରୋଧୀ ଦଳ ସାମାଗି ଜାନା ବାଲାୱେଗାୟା (ଏସ୍‌ଜେବି) ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲା। ଅନ୍ୟପଟେ ଶ୍ରୀଲଙ୍କାର ଡାକ୍ତରଖାନାଗୁଡିକରେ ଔଷଧର ଅଭାବ ଦେଖାଯାଇଛି। ଶ୍ରୀଲଙ୍କା ମେଡିକାଲ ଆସୋସିଏସନ୍‌ କହିଛନ୍ତି ଯେ ଦେଶର କୌଣସି ହସ୍ପିଟାଲ ବିଦେଶରୁ ଔଷଧ ଓ ଯନ୍ତ୍ରାଂଶ ଆମଦାନୀ କରିବାକୁ ସକ୍ଷମ ନୁହନ୍ତି। ଡାକ୍ତରସଂଘ କହିଛି ଔଷଧ ଅଭାବରୁ ଡାକ୍ତରଖାନାରେ ଶତାଧିକ ରୋଗୀ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ଏପରିକି କରୋନା ମହାମାରୀଠାରୁ ଏହି ଔଷଧ ଅଭାବ ମୃତ୍ୟୁ ସଂଖ୍ୟା ଅଧିକ ହେବ। ସେହିପରି ରାଷ୍ଟ୍ରପତି ଭବନ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ରବିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ପ୍ରବେଶ ପଥକୁ ଅକ୍ତିଆର କରିନେଇଛନ୍ତି। ରାଷ୍ଟ୍ରପତି ରାଜପକ୍ଷ ୪୧ଜଣ ସ୍ବାଧୀନ ସାଂସଦଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories