www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ପବିତ୍ର ରାମ ନବମୀ; ଜପ କରନ୍ତୁ ଏହି ମନ୍ତ୍ର ଦୂରେଇ ଯିବ ସମସ୍ୟା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାମ ନବମୀ । ହିନ୍ଦୁ ମାନଙ୍କର ଏକ ବଡ଼ ପବିତ୍ର ପର୍ବ । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ରାମ ନବମୀ ଭାବେ ପଳନ କରାଯାଏ । ଆଉ କୁହାଯାଏ ଏହି ତିଥିରେ ପ୍ରଭୁ ରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଶ୍ରୀରାମଙ୍କ ଜନ୍ମ କର୍କଟ ଲଗ୍ନରେ ହୋଇଥିଲା ବୋଲି ବିଶ୍ୱାସ ରହିଛି । କୁହାଯାଏ ଆଜିର ଦିନରେ ପ୍ରଭୁ ରାମଙ୍କର ପୂଜା କରାଯାଏ ତେବେ ଜୀବନର ବହୁ ବାଧାବିଘ୍ନ ଦୂର ହୋଇଥାଏ । ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ପ୍ରଭୁ ରାମଙ୍କର ଆରାଧନା କରିବା ନିହାତି ଆବଶ୍ୟକ ।  ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଲାଗି ରହୁଥାଏ । ତେବେ ସୁଖଶାନ୍ତି ପାଇଁ  ପ୍ରଭୁ ରାମଙ୍କ ସାମ୍ନା ରେ ବସି “ହିଂ ରାମାୟ ନମଃ” ୧୦୮ ଥର ଜପ କରନ୍ତୁ l ଦେଖିବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ l ସେହିପରି ପ୍ରଭୁ ଶ୍ରୀରାମଙ୍କୁ ନେଇ ଅନେକ କଥା ରହିଛି । କୁହାଯାଏ ଆଣଙ୍କର ଯଦି ଆର୍ଥିକ ସ୍ଥିତି ସୁଦୃଢ଼ ନରହିଛି ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ରାମ ନବମୀ ଦିନ ରାମ ଚରିତ ମାନସର ” ଜେ ସକାମ ନର ସୁନାହି ଜେ ଗବାହୀ , ସୁଖ ସମ୍ପତ୍ତି ନାନା ବିଧି ପାବହି ” ଏହି ମନ୍ତ୍ରଟିକୁ ୧୦୮ ଥର ଜପ କରନ୍ତୁ ଦେଖିବେ ସବୁକିଛି ଆପଣଙ୍କର ଠିକ୍‌ ହୋଇଯିବ । ଏପରି ଶ୍ରୀରାମଙ୍କୁ ନେଇ ଅନେକ କିଛି କଥା ରହିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories