www.samajalive.in
Wednesday, December 10, 2025
16.1 C
Bhubaneswar

ମଞ୍ଜୁଲତା ହେଲେ ବିଏମସି ଡେପୁଟି ମେୟର

ଭୁବନେଶ୍ୱର : ବିଜେଡିର ମଞ୍ଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଥିଲା ​। ଶେଷରେ ସେ ନିର୍ବିରୋଧରେ ଡେପୁଟି ମେୟର ଭାବେ ବିଜୟୀ ହୋଇଛନ୍ତି । ମେୟର ସୁଲୋଚନା ଦାସ ଓ ଅନ୍ୟ କର୍ପୋରେଟରମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବେ ଦୁଇ ମହିଳା ନେତ୍ରୀଙ୍କ ଦଖଲରେ ବିଏମସି।   ​‌

ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁସାରେ ଶନିବାର ୨୨ ନଂ ୱାର୍ଡର କର୍ପୋରେଟର ମଞ୍ଜୁଲତା କହଁର ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସୁଲୋଚନା ଦାସ ମେୟର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଜଣେ ପୁରୁଷଙ୍କୁ ଡେପୁଟି ମେୟର କରିବା ନେଇ ଆଶା କରାଯାଉଥିଲା। ତେବେ ଶେଷରେ କଳ୍ପନା ଜଳ୍ପନାର ଅବସାନ ଘଟାଇ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories