www.samajalive.in
Monday, December 8, 2025
27.1 C
Bhubaneswar

କୁଆଡେ ଗଲା ଚିପ୍ ? ତନାଘନା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ଏବେ ବି ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିନାହିଁ । ଧୀରେ ଧୀରେ ହତ୍ୟାର ଷଡ଼ଯନ୍ତ୍ର ଉପରୁ ପରଦା ହଟାଉଛି କ୍ରାଇମବ୍ରାଞ୍ଚ । ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ଜେରା କରିଛି । ଦୁଇ ଦୁଇଥର ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମ୍‌ବ୍ରାଞ୍ଚ । ଜେରା କରିବା ପରେ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି ସମସ୍ତ ଅଭିଯୁକ୍ତ । ଅନ୍ୟପଟେ ଆସନ୍ତା ୧୧ ତାରିଖରେ ଚାନ୍ଦବାଲି ଏସଡିଜେମ୍‌ କୋର୍ଟରେ ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ଓ ସହଯୋଗୀ ଝୁନୁ ହାଜର ହେବେ ବୋଲି ଜଣାପଡ଼ିଛି ।  ସବୁଠାରୁ ବଡ଼ କଥା ହେଉଛି ବିବାଦୀୟ କୁହାଯାଉଥିବା ମେମୋରି ଚିପ୍‌ ଏଯାଏ କ୍ରାଇମବ୍ରାଞ୍ଚ ହାତରେ ଲାଗିନାହିଁ । ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆହୁରି ଜୋରଦାର କରୁଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories