www.samajalive.in
Sunday, December 14, 2025
23.1 C
Bhubaneswar

ସତ୍ୟ ନାରାୟଣ ପାଲା ମଣ୍ଡପର ହୀରକ ଜୟନ୍ତୀ ଉଦଯାପିତ

ପାଟଣା: ଗୁରୁବାର ସାହାରପଡା ବ୍ଲକ ଅନ୍ତର୍ଗତ ଲୁଙ୍ଗା ଗ୍ରାମ ଠାରେ ମା’ ଅମ୍ବିକା ସତ୍ୟନାରାୟଣ ପାଲା କମିଟିର ୭୫ ବର୍ଷ ପୂରଣ ଅବସରରେ ହୀରକ ଜଯନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ମୁଖ୍ୟବକ୍ତା ଜିଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ, ସମ୍ମାନିତ ଅତିଥି ଭାବେ କେନ୍ଦୁଝର ଜିଲାର ଯାଦବ ମହାସଭାର ସଭାପତି ପ୍ରଦୀପ ବାରିକ, ଉପଦେଷ୍ଟା କ୍ଷେତ୍ରବାସୀ ମହାକୁଡ, ବ୍ଲକ ଅଧ୍ୟକ୍ଷା ରୀନା ନାଏକ ଉପାଧ୍ୟକ୍ଷା ଛବିରାଣୀ ସେଠୀ, ସରପଞ୍ଚ ହରିହର ନାଏକ ଗ୍ରାମର ଉଦୀୟମାନ ଯୁବକ ବ୍ରହ୍ମାନଦ ଆରୁକ ଗ୍ରାମ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତ ରହି ଅନୁଷ୍ଠାନର ଦୀର୍ଘ କାମନା କରି ଥିଲେ। ଗୁରୁବାର ଠାରୁ ଚାରିଦିନ ଧରି ପାଲା ପରିବେଷଣ ହେବ। ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବିଦ୍ୟାଧର ପଲେଇ ସଭାପତିତ୍ବ କରିଥିଲେ।

 

- Advertisement -

ପ୍ରଥମେ କେଦାର ନାଥ ଆରୁକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ମା’ ଅମ୍ବିକା ଓ ସତ୍ୟନାରାୟଣ ମଣ୍ଡପ ରେ ଅତିଥି ମାନେ ଧୂପ ଦୀପ ଜାଳି ଆରାଧନା କରିବା ପରେ ଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମ ବୋଧକ ସଂଗୀତ ଗାନ କରାଯାଇଥିଲା। ତାପରେ ସଭା କାର୍ୟ୍ୟ ଯଥାବିଧି ପୂର୍ବକ ପରିଚାଳିତ ହୋଇଥିଲା। ଶେଷରେ ମାନସ ଆରୁକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories