www.samajalive.in
Saturday, December 13, 2025
14.1 C
Bhubaneswar

ବ୍ଲକ ପରିସରରେ ମୃତ୍ତିକା ସଂରକ୍ଷଣ ଓ ମତ୍ସ୍ୟ ବିଭାଗ ଖୋଲିବାକୁ ପ୍ରସ୍ତାବ ଦେଲେ ଜନ ପ୍ରତିନିଧି

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହ ପ୍ରାଙ୍ଗଣରେ ଶୁକ୍ରବାର ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସହମତିକ୍ରମେ ଉପାଧ୍ୟକ୍ଷ ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ୭ନଂ ଜିଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ୮ନଂ ଜିଲା ପରିଷଦ ସଭ୍ୟ ତାରାମଣି ପ୍ରଧାନ, ହରଭଙ୍ଗା ବିଡିଓ ସ୍ମିତା ରଥଙ୍କ ସହ ସବୁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ। ବୈଠକରେ କୃଷି, ପାନୀୟଜଳ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଚାଷ, ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟଜଳ, ମନରେଗା, ଖାଦ୍ୟ ଯୋଗାଣ, ସମ୍ମନ୍ବିତ ଶିଶୁ ବିକାଶ, ପ୍ରଧାନମନ୍ତ୍ରୀ ଆବାସ, ସାମାଜିକ ସୁରକ୍ଷା ଭତ୍ତା, ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସର୍ମ୍ପକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କୃଷି ବିଭାଗ ତରଫରୁ ଆସୁଥିବା ବିହନ କିଟ ବଣ୍ଟନ ଉପରେ ଜନପ୍ରତିନିଧି ପ୍ରଶ୍ନ କରିବା ସହିତ ସରପଞ୍ଚମାନଙ୍କ ଜରିଆରେ ଏସବୁ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହି ଅବସରରେ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଏବଂ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ବ୍ଲକ ପରିସରରେ ଖୋଲିବା ପାଇଁ ପ୍ରାସ୍ତାବ ଗୃହିତ ହୋଇଥିଲା। ସବୁ ପଞ୍ଚାୟତରେ ପ୍ରାୟତଃ ପାନୀୟଜଳ ସମସ୍ୟା ଉପରେ ଜନପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ।

 

- Advertisement -

ଅନେକ ପଞ୍ଚାୟତରେ ଖରାଦିନେ ନଳକୂପ ଅଚଳ ହୋଇପଡିଥିବାବେଳେ ପାନୀୟଜଳ ବିଭାଗ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରସ୍ତୁତନଥିବା ନେଇ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି କଂରଜକଟା ସରପଞ୍ଚ ନିହାର କୁମାର ଘୋଷ ନଳକୂପ ଯନ୍ତ୍ରାଂଶ ପଞ୍ଚାୟତରେ ନଥିବାରୁ ନଳକୂପ ମରାମତି ହୋଇପାରୁନଥିବା କଥା ଉତଥାପନ କରିଥିଲେ। ତୁରନ୍ତ ପଞ୍ଚାୟତକୁ ନଳକୂପ ଯନ୍ତ୍ରାଂଶ ଯୋଗାଇଦେବାକୁ ଦାବି କରିଥିଲେ। ରାମଗଡ ସରପଞ୍ଚ ପ୍ରଭାଶିନୀ ଯୋଶୀ ଡାଳୁଅଧାନ ଚାଷ ସମୟରେ ବିଦ୍ୟୁତକାଟ ଯୋଗୁଁ ଚାଷ ପ୍ରଭାବିତ ହେବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହା ସହିତ ଗାନ୍ଧୀ ଗାଁ କେନାଲ କଥା ବୈଠକରେ ଉତଥାପନ କରିଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ସରକାରଙ୍କ ବିଭିନ୍ନ ଜନହିତକାରୀ ସ୍ୱାସ୍ଥ୍ୟ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ। ବିଶେଷକରି ମଥୁରା, ବାମଣ୍ଡା, ବୀରନରସିଂହପୁର, ବନ୍ଧାପଥର ପଞ୍ଚାୟତରେ କୁଷ୍ଠରୋଗୀ ସଂଖ୍ୟା ଅଧିକମାତ୍ରାରେ ଚିହ୍ନଟ ହେଉଥିବା ବୈଠକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟିବି ଏବଂ କୁଷ୍ଠରୋଗ ମୁକ୍ତ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସିକିଲିନ, ଥାଲାସେମିଆ ଭଳି ରୋଗୀଙ୍କ ଲାଗି ମାସିକ ୫ଶହ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିଲେ। ବ୍ଲକରେ କିଡନୀରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବ୍ଲକରେ ରକ୍ତ ପରୀକ୍ଷା କେନ୍ଦ୍ର କରିବା ପାଇଁ ପୁରୁଣାକଟକ ସରପଂଚ ଅଶୋକ ସେଠୀ ଦାବୀ କରିଥିଲେ। ସ୍ୱାସ୍ଥ୍ୟ ସବ ସେଣ୍ଟରଗୁଡିକରେ ମାଗଣା ମଧୁମେହ, ରକ୍ତଚାପ ପରୀକ୍ଷା ସୁବିଧା ଦିଗରେ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତଳଗାଁ ସମିତିସଭ୍ୟ ବିଜୟଲକ୍ଷ୍ମୀ ସାହୁ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କଥା କହିଥିଲେ। ଶିକ୍ଷା ବିଷୟରେ ଆଲୋଚନା କରିବା ସହିତ ବ୍ଲକ ଶିକ୍ଷାଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ ସଠିକ ଭାବେ କରୁନଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୃଷି ପୋଖରୀରେ ଅନିୟମିତତାକୁ ନେଇ ଆଡେଣିଗଡ ସରପଞ୍ଚ ଅଜିତ ପ୍ରଧାନ ପ୍ରଶ୍ନ ଉଠାଇବା ସହିତ ହିତାଧିକାରୀ ଚୟନ ସମ୍ପର୍କରେ ପଞ୍ଚାୟତ କତୃପକ୍ଷଙ୍କୁ ଅବଗତ କରାଇବା ପାଇଁ କହିଥିଲେ। ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଯୋଗାଇଦିଆଯାଉଥିବା ଛତୁଆର ମାନ ତ୍ପରୀକ୍ଷା ଉପରେ ରାଧାନଗର ସରପଞ୍ଚ ପ୍ରଶ୍ନ ଉଠାଇଥିଲେ। ଏହା ସହିତ ବାଣୀଭୁଷଣୁର ପଞ୍ଚାୟତର ଝାଡ୍ରାଜିଂ ଅଙ୍ଗନଓାର୍ଡୀ କେନ୍ଦ୍ର ଦୀର୍ଘ ବର୍ଷ ହେଲା ତାଲା ଝୁଲୁଥିବା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ଗାଁ କଲ୍ୟାଣ ସମିତି ଗଠନ ଦିଗରେ ମଧ୍ୟ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ସାମାଜିକ ସୁରକ୍ଷା ଭତ୍ତା, ସମାଜ ମଙ୍ଗଳ ଯୋଜନା ଏବଂ ଓଡିଶା ଜୀବିକା ମିଶନ ମିଶନ ଶକ୍ତି, ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ସର୍ମ୍ପକରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories