www.samajalive.in
Friday, December 12, 2025
19.1 C
Bhubaneswar

ଏମ୍ସ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଗବେଷଣା ବୃତ୍ତି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମଆର ସ୍ନାତକୋତ୍ତର ଥେସିସ ବୃତ୍ତି ପ୍ରଦାନ କରାଯାଇଛି। ଜାନୁଆରୀ ୨୦୨୨ ଅଧିବେଶନ ପାଇଁ ସର୍ବଭାରତୀୟ ସ୍ତରରେ ପ୍ରାୟ ୫୦ ଜଣ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱରର ୯ ଛାତ୍ରଛାତ୍ରୀ ଏହି ମର୍ଯ୍ୟାଦାଜନକ ବୃତ୍ତି ପାଇ ଜାତୀୟ ସ୍ତରରେ ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ଅସ୍ଥିଶଲ୍ୟ ବିଭାଗରୁ ରାଘବେନ୍ଦ୍ର ଭି ବାଲାଗୋଡ଼, ମାଇକ୍ରୋବାୟୋଲୋଜିରୁ ପ୍ରୀତିକା ଗେହଲୋଟ, ବାୟୋକେମିଷ୍ଟ୍ରି ବିଭାଗର ସୁନକୋଜି ଶ୍ରୁଜନ, ଅଞ୍ଜୁ ଅଶୋକ ଏ କେ, ଭାରତ କୁମାର କୋପିସେଟ୍ଟି ଏବଂ ଆଲିଆ ତହସିନ, ସିଏମଏଫଏମରୁ ଶ୍ରୀଜାନି ମଣ୍ଡଳ, ଫାର୍ମାକୋଲୋଜି ବିଭାଗର ଗୋବିନ୍ଦ ମିଶ୍ର ଏବଂ ଶମ୍ପା ମାଜି ପ୍ରମୁଖଙ୍କୁ ଏହି ସମ୍ମାନଜନକ ଗବେଷଣା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏମ୍ସ ଭୁବନେଶ୍ୱରର ସୁଜିତ କୁମାର ତ୍ରିପାଠୀ, ବିନୟ କୁମାର ହାଲୁର, ସୁଚନ୍ଦ ସାହୁ, ଗୌତମ କୁମାର ସାହାରିଆ, ପ୍ରକୃତି ଦାଶ, ସୁଚିତ୍ରା କୁମାରୀ, ପ୍ରିୟମାଧବ ବେହେରା, ଦେବାଶିଷ ହୋତା ଏବଂ ରିତୁପର୍ନ ମାଇତି ପ୍ରମୁଖ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶକ ଥିଲେ।
ଉଲ୍ଲେଖଯୋଗ୍ୟଯେ ପ୍ରତି ୬ ମାସରେ ୪୫ ମେଡିକାଲ ଏବଂ ୫-୬ ଡେଣ୍ଟାଲ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଏହି ଗବେଷଣା ବୃତ୍ତି ପ୍ରଦାନ କରାଯାଇଥାଏ। ଦେଶର ବିଭିନ୍ନ ମେଡିକାଲ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଏନେଇ ଆବେଦନ କରିଥାଆନ୍ତି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ଏବଂ ଅନ୍ୟମାନେ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ମାର୍ଗଦର୍ଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories