www.samajalive.in
Monday, December 8, 2025
24.1 C
Bhubaneswar

ଆମେରିକା କି ରୁଷ୍‌, ଜାତିସଂଘରେ ଭାରତ କାହା ସପକ୍ଷରେ ! ୯ ଥର, ଏମିତି ରହିଛି କୂଟନୀତି

ନୂଆଦିଲ୍ଲୀ – ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ୍‌ ଯୁଦ୍ଧ । ଏପଟେ ନାଟୋରେ ୟୁକ୍ରେନ୍‌କୁ ସାମିଲ୍‌ କରାଯାଇ ନଥିଲେ ବି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ସାମରିକ ସହାୟତା ଯୋଗାଇ ଦିଆଯାଉଛି ।

- Advertisement -

ଜାତିସଂଘର ସାଧାରଣ ସଭାରେ ବାରମ୍ବାର ରୁଷ୍‌ ବିରୋଧରେ ଆମେରିକା ସହ ଅନ୍ୟ ଦେଶମାନେ ବିଭିନ୍ନ ନିନ୍ଦା ପ୍ରସ୍ତାବ ଆଗତ କରୁଛନ୍ତି । ଏବେ ଆମେରିକା ସହ ଭାରତର ସୁ ସମ୍ପର୍କ ଗଢି ଉଠଥିବା ବେଳେ ରୁଷ୍‌ ଆମର ପୁରୁଣା ବନ୍ଧୁ । ପାକିସ୍ତାନ ସହ ଯୁଦ୍ଧ ସହ ଭାରତର ଅସମୟ ସମୟରେ ରୁଷ୍‌ ଛିଡା ହେବାସହ ସହାୟତା ଯୋଗାଇ ଆସିଛି । ଭାରତକୁ ସବୁଠାରୁ ଅଧିକ ସାମରିକ ସରଂଜାମ ରୁଷ୍‌ ଯୋଗାଇ ଦେଇଛି । ଏଥିପାଇଁ ଭାରତ ରୁଷ୍‌ ବିରୋଧରେ ମତ ଦାନ କରିପାରୁ ନାହିଁ କି ଆମେରିକାର ସମର୍ଥନ କରୁନାହିଁ ।

ଅଧିକାଂଶ ସମୟ ଭାରତ ଶାନ୍ତିର ବାର୍ତ୍ତା ଦେବା ସହ ମତଦାନରୁ ବିରତ ରହୁଛି । ୯ ଥର ଭାରତ ମତଦାନରୁ ବିରତ ରହିସାରିଲାଣି । ଗୁରୁବାରର ରୁଷ୍‌ ବିରୋଧରେ ଆଗତ ପ୍ରସ୍ତାବରେ ମଧ୍ୟ ଭାରତ ସମାନ ନୀତିରେ ମତଦାନରୁ ବିରତ ରହିବ ବୋଲି ଅନୁମାନ କରାଯାଉଛି । ଗୁରୁବାରରେ ରୁଷ୍‌କୁ ମାନବାଧିକାର କାଉନ୍‌ସିଲ୍‌ରୁ ନିଲମ୍ବନ କରିବା ପାଇଁ ଆମେରିକା ପ୍ରସ୍ତାବ ଆଗତ କରିବ । ଭାରତ ଏହି ମତଦାନରୁ ବିରତ ରହିବାର ସମ୍ଭାବନା ଅଧିକ ।

ଆମେରିକାର ସମର୍ଥନରେ ମତଦାନ କରିବା ସହ ରୁଷ୍‌କୁ ବିରୋଧ କରିବା ପାଇଁ ଭାରତ ଉପରେ ଚାପ ପ୍ରୟୋଗ କରୁଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories