www.samajalive.in
Sunday, December 7, 2025
15.1 C
Bhubaneswar

ପର୍ଯ୍ୟଟନ ସ୍ଥଳୀ ଭୀମକପାହାଡ଼ରେ ଆରମ୍ଭ ହେଲା ନୌବିହାର

ଦେଓଗାଁ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିରହିଥିବା ବଲାଙ୍ଗୀର ଜିଲ୍ଲାର ଭୀମପାହାଡ଼ ପର୍ଯ୍ୟଟନ ସ୍ଥଳୀରେ ନୌବିହାର ଆରମ୍ଭ ହୋଇଛି। ତେବେ ଏହି ବିକାଶ କାର୍ଯ୍ୟର ଶ୍ରେୟକୁ ନେଇ ରାଜନୀତି ଜୋର ଧରିଛି । ବିକାଶ କାମର ଶ୍ରେୟ ପାଇଁ  ବିଜେଡି ଓ କଂଗ୍ରେସ ଭିତରେ ଟଣାଓଟରା  ଚାଲିଛି । ଫଳରେ ଗତ ୧୫ ଦିନ ମଧ୍ୟରେ ଏହି ଗୋଟିଏ ପ୍ରକଳ୍ପକୁ ରାଜ୍ୟର ଦୁଇ ପ୍ରମୁଖ ନେତା ଦୁଇ ଦୁଇ ଥର ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିବା ବିଷୟ ଦେଓଗାଁ ବ୍ଳକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପାହାଡ଼ର ବିକାଶ ପାଇଁ ରାଜ୍ୟ ସରକାର ପ୍ରାୟ ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି, କାମ ମଧ୍ୟ ଆଗେଇ ଚାଲିଛି କିନ୍ତୁ ରାଜନୀତିରେ ପତିଆର ବୃଦ୍ଧି ପାଇଁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି ବୋଲି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ,  ଗତ ୨୫ତାରିଖରେ ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ଅନଙ୍ଗଉଦୟ ସିଂଦେଓ ଭିମକଟାରେ ନୌବିହାର ସେବା ଆରମ୍ଭ ହେଲା ବୋଲି ନଡିଆ ଭାଙ୍ଗିଥିଲେ । କିନ୍ତୁ ବୁଧୁବାର ଦିନ ପୁଣି ଥରେ ଏହି ନୌବିହାର ପ୍ରକଳ୍ପକୁ ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତରେ ଫିତାକାଟି ଉଦଘାଟନ କରିଛନ୍ତି । ଏହି ପର୍ଯ୍ୟଟନ ସ୍ଥଳୀରେ ହରିଣ ପାର୍କ ସହ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ ବୋଲି ବିଧାୟକ କହିବା ସହ ଏହା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ, ଯିଏ ଚାହିଁବ ଏହାକୁ ଜାବୁଡ଼ି ରଖିବ ବୋଲି କହିଛନ୍ତି । ଏପରି କି ବିଧାୟକ ଓ ଡିଏଫଓ ଡଙ୍ଗାରେ ବସି ନୌକା ଚାଳନା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ବଲାଙ୍ଗୀର ଜଙ୍ଗଲ ଅଧିକାରୀ ନୀତିନ କୁମାରଙ୍କୁ ପଚାରିବାରୁ ପୂର୍ବରୁ ହୋଇଥିବା ଶୁଭାରମ୍ଭ ବେଆଇନ ବୋଲି ସେ କହିଥିଲେ। ସରକାରୀ ଭାବେ ୬ ତାରିଖରେ ଏହି ନୌବିହାର ସେବା ଆରମ୍ଭ ହେଲା ଓ ୫୦ ଟଙ୍କାର ଟିକଟ କାଟି ପର୍ଯ୍ୟଟକ ନୌବିହାର କରି ପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କୁ ଜଙ୍ଗଲ ବିଭାଗ ନିମନ୍ତ୍ରଣ କରିନଥିବାରୁ ନିର୍ବଚିତ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 ୬୩ ଗୁମ୍ଫା ଥିବା ଭୀମକପାହାଡ଼କୁ ଗତ ୨୦୧୫ ମସିହାରେ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲା ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ର  ଚାରି ଆଡ଼େ ସୌନ୍ଦର୍ଯ୍ୟ କରଣ କାମ କରାଯାଉଛି । ଏଭଳି କାମ ଆଗେଇଲେ ଅଞ୍ଚଳର ଅର୍ଥିକ ବିକାଶ ହେବା ସହ ପର୍ଯ୍ୟଟନ ସ୍ଥଳୀର ଗରୁତ୍ବ ବଢିବ ବୋଲି ମତ ପ୍ରକାଶ ପାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories