www.samajalive.in
Thursday, December 11, 2025
18.1 C
Bhubaneswar

ସୁଆଣ୍ଡୋରେ ନିର୍ମାଣାଧୀନ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କଲେ ଅଧିକାରୀ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ସରକାରଙ୍କ ପକ୍ଷରୁ ନିର୍ମାଣାଧିନ ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପ ପାଇଁ ପ୍ରାୟ ୧୫ କୋଟି ଟଙ୍କା ସରକାରଙ୍କ ପକ୍ଷରୁ ବ୍ୟୟ ମଞ୍ଜୁର ହୋଇଛି । ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି  । ଏକ କମ୍ପାନୀ ଉକ୍ତ ପ୍ରକଳ୍ପର ଠିକା କାମ ନେଇଛି  । ମଙ୍ଗଳବାର ଅପରାହ୍ନରେ  ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀ, ସଂସ୍କୃତି ଅଧିକାରୀ  ରଞ୍ଜନ କୁମାର ଦାଶ,  ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଅଧିକାରୀ, ଓବିସିସି ନିର୍ଦ୍ଦେଶକ ଜୟକୃଷ୍ଣ ଦାସ ପ୍ରମୁଖ ସୁଆଣ୍ଡୋରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନରେ ପହଞ୍ଚିଥିଲେ  । ପୂଣ୍ୟଆତ୍ମା ଗୋପବନ୍ଧୁଙ୍କ ପୂରାତନ ବାସଭବନ ସ୍ଥିତ ଷଠିଘରକୁ ନୂଆ ରୂପ ଦେଇ ତିଆରି କାମ ଚାଲିଥିବା ଦେଖିଥିଲେ  । ଯାହା କି ଗୋପବନ୍ଧୁଙ୍କ ଜନ୍ମ ପୂର୍ବରୁ ରହିଥିବା ଝାଟିମାଟି ଚାଳଛପର ଘର ପରି କରାଯାଉଛି ।

ସେହିପରି ସଂଗ୍ରହାଳୟ, ପୁଷ୍କରିଣୀ, ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କ, ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ନିର୍ମାଣ କରାଯାଇଥିବା ପିଣ୍ଡି, ଅଧାରେ ରହିଥିବା ଗ୍ରାମ ରାସ୍ତା ପ୍ରଶସ୍ତିକରଣ କାମ, ନିର୍ମାଣ ହେଉଥିବା ଶିବମନ୍ଦିର, ଗାଡିପାର୍କିଂ ପାଇଁ ସ୍ମୃତି ଭବନ ସଂଲଗ୍ନ ସରକାରୀ ଅଧିଗ୍ରୁହିତ ଜମି ସଂପୂର୍ଣ୍ଣ ପାଚେରୀ ହୋଇନଥିବା ଦେଖି ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଗ୍ରାମରେ ଭୂତଳ କେବୁଲ ବିଛାଇ ବିଜୁଳି ସଂଯୋଗ କରାଯିବା ପାଇଁ ପ୍ରକଳ୍ପରେ ସ୍ପଷ୍ଟ ଉଲ୍ଲେଖ ରହିଥିବା ବେଳେ ଅର୍ଥର ଅଭାବ ଦର୍ଶାଇ ତାହା ବାତିଲ କରାଯାଇଛି ବୋଲି ସେତୁ ନିର୍ମାଣ ନିଗମ ପକ୍ଷରୁ କୁହାଯାଇଛି  । ସେହିପରି କେନାଲ ବନ୍ଧ ରାସ୍ତାର ଜମି ଦଖଲ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଦିଆଯାଇନାହିଁ  । ତେଣୁ ରାସ୍ତା କାମ କରାଯାଇ ପାରୁନାହଁ ବୋଲି  ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ କୁହାଯାଉଛି  । ସୂଚନାଯୋଗ୍ୟ ବ୍ରିଜ ନିକଟରୁ ମାତ୍ର ୫ ଶହ ମିଟର ରାସ୍ତା କାମ ଦେଢ ବର୍ଷ ହେଲା ସରି ପାରୁନଥିବା ବିଷୟ ଗ୍ରାମବାସୀ କହିଥିଲେ  ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ, ସେତୁ ନିର୍ମାଣ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡିଓ କ୍ଷୀରୋଦ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ମାଧବ ସୁନ୍ଦର ପାଢୀ, ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକ, ଯନ୍ତ୍ରୀ ସୁଜାତା ପରିଡା  ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ  ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories