bjd  ek lkhya koti banner

ରାଜନଗର ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ; ଭୁଶୁଡ଼ିଲା ଡାକ୍ତରଖାନା ପାଚେରୀ

mission shakti banner

ପାଟଣା: ମଙ୍ଗଳବାର ଅପରାହ୍ନରେ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର , ତୁରୁମୁଙ୍ଗା ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରଭାବରେ ଘୂର୍ଣ୍ଣିଝଡ ସହ ସାମାନ୍ୟ ବର୍ଷା ଓ ଘଡଘଡି ଅଞ୍ଚଳକୁ ଥରହର କରିଥିଲା । ମାତ୍ରାଧିକ ପବନ ହେବା ଫଳରେ ବିଦ୍ୟୁତ ତାର ଛିଣ୍ଡିବା ସହ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଏହା ସହ ରାଜନଗର ଡାକ୍ତରଖାନାର ପୁରୁଣା ପାଚେରୀ ପବନରେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜନଗର ଶାସନ ସାହିରେ ତ୍ରିଲୋଚନ ନାଏକଙ୍କ ଟାଇଲ ଛପର ଉଡେଇ ନେଇଛି । ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ଓ ତାର ଛିଣ୍ଡିବା କାରଣରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ସଂଧ୍ୟା ହୋଇ ଯାଇଥିବାରୁ ସମ୍ପୁର୍ଣ୍ଣ ତଥ୍ୟ ମିଳିବାରେ ବିଳମ୍ବ ହୋଇଛି ।

Comments are closed.