www.samajalive.in
Monday, December 8, 2025
13.1 C
Bhubaneswar

ଦୁଃଖଦ ; ପିକଅପ ଧକ୍କାରେ ବାପା ସହ ଦୁଇ ଝିଅ ମୃତ, ନାତି ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଠାରୁ ୨୨ କିଲୋମିଟର ଦୂର ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁରରେ ଆଜି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପିକଅପ ଭ୍ୟାନ ଧକ୍କାରେ ଚାଲି ଯାଇଛି ବାପା ସହ ୨ ଝିଅଙ୍କ ଜୀବନ। ଏହାସହ ନାତି ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜୟରାମ ନାୟକ (୫୫),ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ବଡ ଝିଅ ଲକ୍ଷ୍ମୀ (୩୦) ଓ ସାନ ଝିଅ ରିଙ୍କି ନାୟକ (୨୪) । ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ମୀଙ୍କ ୫ ବର୍ଷର ପୁଅ ଦେବାଶିଷକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। ଘଟଣା ପରେ ପିକଅପ ଭ୍ୟାନ ଚାଳକ ଫେରାର ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ରାସ୍ତାର ଉଭୟ ପଟରେ ଗାଡିମଟର ଅଟକି ରହିଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି।
ସୂଚନା ଯୋଗ୍ୟ, ଆଜି ପ୍ରାୟ ଦିନ ୧ଟାରେ ନିକଟସ୍ଥ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ ନିଜ ୨ ଝିଅ ଓ ନାତି ସହ କୋଣସି କାମରେ ଗାଙ୍ଗପୁର ଯାଇ ଫେରିବା ସମୟରେ ଶୋଷ ଲାଗିବାରୁ ରାସ୍ତାକଡରେ ଥିବା ନଳକୂପ ନିକଟରୁ ପାଣି ପିଇବା ସହ ଜୟରାମ ରାସ୍ତା କଡରେ ଲୁନା ସହ ଠିଆ ହୋଇଥିଲେ। ସେହି ସମୟରେ ପ୍ରଥମେ ପିକଅପ ଭ୍ୟାନ ଦୁଇ ଝିଅ ଓ ନାତିଙ୍କୁ ଧକ୍କା ଦେବା ପରେ ଜୟରାମଙ୍କ ଉପରେ ଗାଡି ଚଢାଇ ଅନେକ ବାଟ ଯାଏଁ ଘୋଷାଡି ନେଇଥିଲା। ଏହାସହ ଉକ୍ତ ପିକଅପ ଭ୍ୟାନଟି ପ୍ରଥମେ ଏକ ବୁଲେଟ ଚାଳକଙ୍କୁ ମଧ୍ୟ ଧକ୍କା ଦେଇଛି। ସେ ମଧ୍ୟ ଆହତ ହୋଇଛନ୍ତି । ପିକଅପ ଭ୍ୟାନ ଚାଳକର ବେପରୁଆ ଗାଡି ଚାଳନା କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories