www.samajalive.in
Thursday, December 11, 2025
26.1 C
Bhubaneswar

ଏନଏଲୟୁ ଛାତ୍ରୀଙ୍କ ଆତ୍ମହତ୍ୟା

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନଏଲୟୁ)ର ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ଉତ୍ତରାଖଣ୍ଡର ବୋଲି ଜଣାପଡିଛି । ସେ ଏଲଏଲବି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ ।
ସୋମବାର ରାତି ପ୍ରାୟ ୧୦ଟା ବେଳେ ହଷ୍ଟେଲର ଜଣେ କର୍ମଚାରୀ ଜଣକ ଛାତ୍ରୀଙ୍କ ପାଇଁ ଖାଇବା ନେଇ ଯାଇଥିବା ବେଳେ କବାଟ ଭିତର ପଟୁ ବନ୍ଦ ଥିଲା। ଏହାସହ ସମ୍ପୃକ୍ତ ଛାତ୍ରୀ କୌଣସି ଜବାବ ଦେଇନଥିଲେ। ଏହି ଖବର ପ୍ରଚାରିତ ହେବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ସେଠାରେ ପହଂଚି ଥିଲେ । ଘର କବାଟ ଭଙ୍ଗା ଯିବାରୁ ଛାତ୍ରୀ ବେକରେ ବେଡ଼ସିଟ ଗୁଡାଇ ଫ୍ୟାନରେ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ହଷ୍ଟେଲ ଅନ୍ତେବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଯାଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଫେଜ-୨ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ପୁଲିସ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡି ନ ଥିଲେ ମଧ୍ୟ କୌଣସି ଏକ ଘଟଣା ନେଇ କିଛିଦିନ ହେବ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ଅନ୍ତେବାସୀ ମନେ କହୁଛନ୍ତି ।

Hot this week

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

Related Articles

Popular Categories