www.samajalive.in
Friday, December 12, 2025
17.1 C
Bhubaneswar

ଥାନା ହାଜତରୁ ୨ ଫେରାର ଅଭିଯୁକ୍ତ ଗିରଫ

ସମ୍ବଲପୁର :  ସମ୍ବଲପୁରର ସ୍ପର୍ଶକାତର ଥାନା ଧନୁପାଲି ଥାନାରୁ ଗତ ୨୮ ତାରିଖ ସକାଳ ସମୟରେ ଡିଜେଲ ଚୋରି ଅଭିଯୋଗରେ ଥାନା ହାଜତରେ ଥିବା ସମୟରେ ଫେରାର ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିଛି। ଗତ ମାର୍ଚ୍ଚ ୨୬ ତାରିଖରେ ସମ୍ବଲପୁର ଟ୍ରକ ମାଲିକ ସଂଘର ସଦସ୍ୟ ମହମ୍ମଦ ଅଜଗର ତାଙ୍କ ଓ ଅନ୍ୟ ଗାଡି ଗୁଡିକ ସିଟି ରେଳ ଷ୍ଟେସନ ନିକଟରେ ପାର୍କିଂରେ ଛିଡା ହୋଇଥିବା ବେଳେ ସେଥିରୁ ବିପୁଳ ମାତ୍ରାରେ ଡିଜେଲ ଚୋରି ହେଉଥିବାର ଅଭିଯୋଗ କରିଥିଲେ । ୨୫ ଓ ୨୬ ତାରିଖ ମଧ୍ୟରାତ୍ର ପ୍ରାୟ ୨ଟା ସମୟରେ ୪ ଜଣ ଚୋର ଏକ ଫୋର୍ଡ କାରରେ ଆସି ଟ୍ରକ ଗୁଡିକରୁ ଡିଜେଲ ତେଲ ଚୋରି କରିଥିବାର ଟ୍ରକ ମାଲିକ ଙ୍କ କର୍ମଚାରୀ ଦେଖିଥିଲେ । କର୍ମଚାରୀ ଚୋରି ହେଉଥିବାର ଦେଖି ପାଟି କରିବାରୁ ଚୋର ମାନେ କାରରେ ସେମାନେ ବିଭିନ୍ନ ଟ୍ରକରୁ ଚୋରି କରିଥିବା ପ୍ରାୟ ୫ ଶହ ଲିଟର ଡିଜେଲ ଚୋରି କରି ନେଇ ଫେରାର ମାରିଥିଲେ । ଏଣୁ ଏ ସର୍ମ୍ପକରେ ଟ୍ରକ ମାଲିକ ଧନୁପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ସମୟରେ ଅପରାଧରେ ବ୍ୟବହୃତ କାରଟି କିଛି ଦିନ ତଳେ ସୁନ୍ଦରଗଡ ଅଞ୍ଚଳରୁ ଚୋରି ହୋଇଥିବା ଏବଂ ଏହି ଗାଡିରେ ନକଲି ନମ୍ବର ଲଗାଯାଇଥିବାର ଜଣାପଡିଥିଲା । ପୁଲିସ ଚଢ଼ଉ ସମୟରେ ଚୋରିରେ ବ୍ୟବହୃତ କାର ସମେତ ୫ଟି ମୋବାଇଲ, ୫୦ ଲିଟର ଡିଜେଲ, ଜାରକିନ, ପାଇପ ଗୁଡିକୁ ଜବତ କରିଥିଲା । ଏ ସର୍ମ୍ପକରେ ଅଭିଯୁକ୍ତ ମହମ୍ମଦ ସମୀର ଓରଫ ଚିଟ୍ଟି, ଜକି କୁମ୍ଭାର ଓ ମହମ୍ମଦ ସକିଲ ନାମକ ୩ ଜଣ ଅଭ୍ୟାସଗତ ଅପରାଧିଙ୍କୁ ଗିରଫ କରି ୨୭ ତାରିଖ ରାତ୍ରିରେ ଥାନା ହାଜତରେ ରଖିଥିଲା। ତେବେ ୨୮ ତାରିଖ ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରିବା ପୂର୍ବରୁ ସେମାନେ ସୁଯୋଗ ଉଣ୍ଡି ଫେରାର ମାରିଥିଲେ।

ଏଣୁ ପୁଲିସ ଧନୁପାଲି ଥାନାରେ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ତତ୍ୱାବଧାନ ଓ ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ କାଳିବାଡି ଦଲେଇପଡା ନିବାସୀ ଜକି କୁମ୍ଭାର (୨୮) ଏବଂ ପେନସନପଡା ନିବାସୀ ମହମ୍ମଦ ସମୀର ଓରଫ ଚିଟ୍ଟି (୨୪) ଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ମାନେ ଫେରାର ହେବା ପରେ ସମ୍ବଲପୁରରୁ ବାହାରକୁ ଚାଲି ଯାଇଥିବା ବେଳେ ପୁର୍ନବାର ସହରକୁ ଫେରିଥିବାର ଖବର ପାଇ ପୁଲିସ ସରଲାକାନୀ ଅଞ୍ଚଳରେ ଚଢ଼ଉ କରି ସେମାନଙ୍କୁ ଧରିଥିଲା। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଧନୁପାଲି ପୁଲିସ ଅଦାଲତକୁ ଚାଲାଣ କରିଛି । ଅପରପକ୍ଷରେ ଅନ୍ୟ ଅଭିଯୁକ୍ତ ମହମ୍ମଦ ସକିଲ ଜିଲା ବାହାରକୁ ଫେରାର ମାରିଥିବାରୁ ତାକୁ ଧରିବାକୁ ସ୍ୱତନ୍ତ୍ର ଦଳ ଅଭିଯାନ ଜାରି ରଖିଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଗତ ମାସ ମାତ୍ର ୧୫ ଦିନ ମଧ୍ୟରେ ୩ ଟି ପ୍ରମୁଖ ଥାନା ଯଥା ବୁର୍ଲା, ସଦର ଓ ଧନୁପାଲି ଥାନାରୁ କ୍ରମାଗତ ଭାବରେ ୫ ଜଣ ଅଭିଯୁକ୍ତ ଫେରାର ମାରିଥିବା ବେଳେ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଇତି ମଧ୍ୟରେ ବୁର୍ଲା ଥାନାର ଜଣେ ଓ ଧନୁପାଲି ଥାନାର ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଧନୁପାଲି ଥାନା ଓ ସଦର ଥାନାର ଗୋଟିଏ ଲେଖାଏଁ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ ରହିଛି।

- Advertisement -

 

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories