www.samajalive.in
Friday, December 12, 2025
19.1 C
Bhubaneswar

ବିଶ୍ବର ୧ନଂ ମାନ୍ୟତା ପାଇଲେ ସ୍ବିଆଟେକ୍‌

ମିଆମି (ଆମେରିକା) : ଚଳିତବର୍ଷ ତାଙ୍କର ଚମତ୍କାର ଫର୍ମ ଜାରି ରଖିଛନ୍ତି ପୋଲାଣ୍ଡର ମହିଳା ଟେନିସ ଖେଳାଳି ଇଗା ସ୍ବିଆଟେକ୍‌। ୨୦ ବର୍ଷ ବୟସ୍କା ସ୍ବିଆଟେକ୍‌ ମିଆମି ଓପନ୍‌ରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ଫାଇନାଲରେ ସ୍ବିଆଟେକ୍‌ ଜାପାନର ନାଓମି ଓସାକାଙ୍କୁ ୬-୪, ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ମାତ୍ର ୮୦ ମିନିଟରେ ସ୍ବିଆଟେକ୍‌ ମ୍ୟାଚ୍‌ ଜିତି ନେଇଥିଲେ।
ଏହି ବିଜୟ ଫଳରେ ବିଶ୍ବର ମାତ୍ର ୪ର୍ଥ ଖେଳାଳି ଭାବେ ସ୍ବିଆଟେକ୍‌ ‘ସନ୍‌ସାଇନ୍ ଡବଲ୍‌’ କୁହା ଯାଉଥିବା ଇଣ୍ଡିଆନ୍ ୱେଲ୍‌ସ ଓ ମିଆମି ଓପନ୍‌ରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ପୂର୍ବରୁ ଷ୍ଟେଫି ଗ୍ରାଫ୍, କିମ୍ କ୍ଲାଇଷ୍ଟର୍ସ ଓ ଭିକ୍ଟୋରିଆ ଆଜାରେଙ୍କା ସନ୍‌ସାଇନ୍ ଡବଲ୍‌ ହାସଲ କରିଥିଲେ। ଏହି ବିଜୟ ଫଳରେ ଇଗା ସ୍ବିଆଟେକ୍‌ ମହିଳା ସିଙ୍ଗଲ୍‌ସରେ ବିଶ୍ବର ନୂଆ ୧ନଂ ଖେଳାଳି ହୋଇଛନ୍ତି। କାରଣ ପୂର୍ବତନ ୧ନଂ ଖେଳାଳି ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ଟେନିସ୍‌ରୁ ଅବସର ନେଇ ସାରିଛନ୍ତି। ଚଳିତବର୍ଷ ସ୍ବିଆଟେକ୍‌ କ୍ରମାଗତ ୩ଟି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହି ୩ଟି ହେଲା କାତାର ଓପନ୍‌, ଇଣ୍ଡିଆନ୍ ୱେଲ୍‌ସ ଓ ମିଆମି ଓପନ୍‌। ଏହି ୩ଟି ଟୁର୍ଣ୍ଣାମେଣ୍ଟକୁ ମିଶାଇ ସ୍ବିଆଟେକ୍‌ କ୍ରମାଗତ ୧୭ଟି ମ୍ୟାଚ୍‌ ଜିତିଛନ୍ତି। ୨୦୨୦ରେ ସ୍ବିଆଟେକ୍‌ ଫ୍ରେଞ୍ଚ୍ ଓପନ୍‌ ଜିତିଥିଲେ; ଯାହା ତାଙ୍କ ଏକମାତ୍ର ଗ୍ରାଣ୍ଡସ୍ଲାମ୍ ଟାଇଟଲ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories