ପୁରୀ : ପରିକ୍ରମା ମାର୍ଗ ନିର୍ମାଣ ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ନଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଅନଧିକାର ନିର୍ମାଣ ଅଭିଯୋଗ ସମ୍ପର୍କରେ ପଚାରିବାରୁ ସେ କହିଲେ କୌଣସି କାର୍ଯ୍ୟ ବେଆଇନ ଭାବେ କରାଯାଉ ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ସହ ଉପଯୁକ୍ତ ସମନ୍ବୟ ସ୍ଥାପନ କରି ନିର୍ମାଣ କାର୍ଯ୍ୟ କରାଯାଉଛି। ପରିକ୍ରମା ମାର୍ଗର ମାତ୍ର ୫ରୁ ୧୦% ଅଞ୍ଚଳରେ ଭକ୍ତଙ୍କ ପାଇଁ ଶୌଚାଳୟ, ସାମାନ ରଖିବା ଘର ଓ ବିଦ୍ୟୁତ ଯୋଗାଣ କେନ୍ଦ୍ର ନିର୍ମାଣ କରାଯାଉଛି। ଏଥିପାଇଁ ସ୍ଥାନୀୟ ଅଧିବାସୀ ଜମି ଦାନ କରିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।
Popular Categories



