www.samajalive.in
Saturday, December 13, 2025
15.1 C
Bhubaneswar

ଦଙ୍ଗାରୁ ଶିଶୁକୁ ବଞ୍ଚାଇଲେ କନଷ୍ଟେବଳ

ଜୟପୁର : ରାଜସ୍ଥାନର କାରାଉଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୁଲିସ ୪୬ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି; କିନ୍ତୁ ଏହି ଘଟଣାରୁ ଏକ ପ୍ରଶଂସନୀୟ ଖବର ମିଳିଛି; ଯାହା ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହୋଇଛି । ହିଂସାକାଣ୍ଡ ଓ ଜଳାପୋଡ଼ା ମଧ୍ୟରେ ପୁଲିସ କନ୍‌ଷ୍ଟେବଳ ନେତ୍ରେଶ ଶର୍ମା ସାହସିକ ପଦକ୍ଷେପ ନେଇ ପୋଡ଼ିଯାଉଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁରୁ ତାର ଜୀବନ ରକ୍ଷା କରିଛନ୍ତି । ପୋଡ଼ିଯାଉଥିବା ଏକ ଘରୁ ମହିଳାଙ୍କ ଚିତ୍କାର ଶୁଣିବା ପରେ ପ୍ରବଳ ଢ଼େଲାମାଡ଼ ଓ ଜଳାପୋଡ଼ାକୁ ଖାତିର ନକରି ୩୧ବର୍ଷୀୟ ଶର୍ମା ସାହସର ସହିତ ଘର ଭିତରକୁ ଝାମ୍ପି ପଡ଼ିଥିଲେ। ଘରର କବାଟ ସେତେବେଳକୁ ଜଳୁଥିଲେ ମଧ୍ୟ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଧରି ବାହାରକୁ ଦୌଡ଼ି ଆସିଥିଲେ; ଫଳରେ ତିନିଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା। ଏଥିସହିତ ସେ ଆହତାବାସ୍ଥାରେ ରାସ୍ତାକଡ଼ରେ ବସିଥିବା ଦୁଇ ଜଣଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ। ଏଭଳି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା। ଶନିବାର ହିନ୍ଦୁ ନବବର୍ଷ ପାଇଁ ଆୟୋଜିତ ମୋଟର ସାଇକଲ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀଙ୍କ ଉପରକୁ ହଠାତ୍‌ ଢ଼େଲାମାଡ଼ ହେବାରୁ ହିଂସାକାଣ୍ଡ ଉପୁଜିଥିଲା। ସମ୍ପ୍ରତି ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି ସହ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ପୁଲିସ ଶୋଭାଯାତ୍ରାରେ ସାମିଲ ୨୩ଟି ମୋଟର ସାଇକଲ ଓ ଦୁଇଟି କାର୍‌ ଜବତ କରି ତଦନ୍ତ ଚଳାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories