www.samajalive.in
Friday, December 12, 2025
19.1 C
Bhubaneswar

ସିବିଆଇ ତଦନ୍ତ ଦାବି କଲେ ମାନସଙ୍କ ମା’, କହିଲେ ପୁଅ ହତ୍ୟା ପଛରେ ଅଛନ୍ତି ବହୁ ବଡ଼ ବଡ଼ ନେତା ଓ ମନ୍ତ୍ରୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବି କଲେ ମୃତ ମାନସଙ୍କ ମା’। ମୃତ ମାନସ ସ୍ବାଇଁଙ୍କ ମା’ କହିଛନ୍ତି ଯେ ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ କେବଳ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଛି। କିନ୍ତୁ ପୁଅ ମାନସଙ୍କୁ ହତ୍ୟା ପଛରେ ବହୁ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଅଛନ୍ତି। ସିବିଆଇ ତଦନ୍ତ କରାଯାଇ ସେହି ନେତା ଓ ମନ୍ତ୍ରୀଙ୍କୁ ଗିରଫ କରାଯାଉ। ଯେଉଁ ମେମୋରି ଚିପ କଥା କୁହାଯାଉଛି, ତାହା ସାମ୍ନାକୁ ଆସୁ। ସେ ଚିପରେ କେଉଁ ଭିଡ଼ିଓ ଥିଲା, ଯେଉଁଥିପାଇଁ ମୋ ପୁଅକୁ ହତ୍ୟା କଲେ। ସେ ମେମୋରି ଚିପ୍‌ରେ କ’ଣ ଅଛି, ତାହା ପ୍ରକାଶ କରାଯାଉ ବୋଲି ମୃତ ମାନସଙ୍କ ମା’ ପ୍ରକାଶ କରିଛନ୍ତି।

 

- Advertisement -

ଅପରପକ୍ଷରେ ଆଜି କ୍ରାଇମ ବ୍ରାଞ୍ଚର ୫ଜଣିଆ ଟିମ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ଘରେ ପହଞ୍ଚିଥିଲେ । ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଥିବା ମାନସଙ୍କ ଘରେ ପହଞ୍ଚି ସେମାନେ ମାନସଙ୍କ ଚପଲ ଓ ଇୟରଫୋନ ଚିହ୍ନଟ କରିବାକୁ କହିଥିଲେ। ଏହାସହିତ ମାନସଙ୍କ ଭାଇ ଓ ପରିବାର ସହ କ୍ରାଇମବ୍ରାଞ୍ଚ ଟିମ ଆଲୋଚନା କରିଥିଲେ।
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ପୁଣି ଥରେ ୩ ଦିନିଆ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories