www.samajalive.in
Saturday, December 13, 2025
26.1 C
Bhubaneswar

ଦିନିକିଆ ରିମାଣ୍ଡରେ ଜୟବ୍ରତ ଦେ : ଘରୁ ମିଳିଲା ଦେଶୀ ପିସ୍ତଲ ଓ ଗୁଳି

ସମ୍ବଲପୁର : ସମ୍ବଲପୁରର ବହୁଚର୍ଚ୍ଚିତ ଜୟବ୍ରତ ଦେ ମାମଲା ରେ ଘଡିକେ ଘୋଡା ଛୁଟୁଛି । ବିଗତ ୨୩ ତାରିଖରେ ଧନୁପାଲି ଥାନାରେ ଆଇ.କେ. କନଷ୍ଟ୍ରକସନର ମାଲିକ ଇଫତିକାର ଖାନଙ୍କୁ ସାକ୍ଷୀପଡା ନିବାସୀ ଜୟବ୍ରତ ଦେ ଓ ତାଙ୍କର ପୁତ୍ର ରୋଚିତ ଦେ ତାଙ୍କର ନିର୍ମାଣ ସ୍ଥଳକୁ ଆସି ଧମକ ଦେଇଥିଲେ। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୨ ମାସ ତଳେ ଜୟବ୍ରତ ଦେ ଓ ତାଙ୍କ ପୁତ୍ର ଏକ ବଲେନୋ କାରରେ ଖାନଙ୍କ ନିର୍ମାଣସ୍ଥଳକୁ ଆସି ଏକ ପିସ୍ତଲ ଦେଖାଇ ଧମକଚମକ ଦେଇ ୨ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ବିନା ବଟି ଟଙ୍କାରେ କୌଣସି କାମ କରି ପାରିବ ନାହିଁ ବୋଲି ଧମକ ଦେଇଥିଲେ। ଏହାର ପ୍ରାୟ ୭ ଦିନ ପରେ ତାଙ୍କର ଘନିଷ୍ଠ ସାଥି ଦେବାଶିଷ ପୁରୋହିତ ଖାନଙ୍କ ନିର୍ମାଣସ୍ଥଳକୁ ଆସି ତୁରନ୍ତ ଟଙ୍କା ନ ଦେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ। ଏଣୁ ଖାନ ଭିତତ୍ରସ୍ତ ହୋଇ ମାର୍ଚ୍ଚ ମାସରେ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହି ଅଭିଯୋଗ ଆଧାରରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories