www.samajalive.in
Saturday, December 13, 2025
26.1 C
Bhubaneswar

ଛତ୍ରପୁରରେ ହାଇଡ୍ରାମା; ୧୨ ସମିତି ସଭ୍ୟଙ୍କୁ ତାଲା ପକାଇଲା ପୁଲିସ

ଛତ୍ରପୁର: ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନକୁ ନେଇ ପୁଣି ଥରେ ହାଇଡ୍ରମା ଦେଖିବାକୁ ମିଳିଛି । ଆଜ୍ଞାତବାସରେ ଥିବା ୧୨ଜଣ  ସମିତିସଭ୍ୟଙ୍କୁ ହୋଟେଲରେ ଅଟକ ରଖିଛି ପୁଲିସ । ହୋଟେଲ ଥାଇ ଭିଡିଓ କରି ଅଭିଯୋଗ କରିଛନ୍ତି ସମିତିସଭ୍ୟ ମାନେ । ସେମାନଙ୍କ ଅଭିଯୋଗ ଅନୁସାରେ ପୁଲିସ ହୋଟେଲ ଭିତରେ ରହି ଧମକ ଦେଇଛି । ଗତ ମାସ ୧୨ତାରିଖରେ କୋଭିଡ ଆଳ ଦେଖାଇ ନିର୍ବାଚନ ବାତିଲ ହୋଇଥିଲା । ଛତ୍ରପୁରରେ ଶାସକ ଦଳର ଦୁଇଟି ଗୋଷ୍ଠୀ ଥିବା ବେଳେ ବିଧାୟକ ସମର୍ଥକରେ ୬ ଜଣ ସମିତିସଭ୍ୟ ରହିଛନ୍ତି । ସେହିପରି  ଵିରୋଧରେ ଅଛନ୍ତି ୧୨ଜଣ ସଦସ୍ୟ । ହାରିଯିବା ଭୟରେ ପୁଲିସ ପ୍ରଶାସନକୁ ଲଗାଇ ବନ୍ଦି କରିଥିବା ସମିତିସଭ୍ୟ ପାର୍ଥୀ ମାନେ ଅଭିଯୋଗ କରିଛନ୍ତି । ଆଜି ଦିନ ୧୨ଟା ରେ ମତଦାନ ହେବାକୁ ରହିଛି । ହେଲେ ବର୍ତ୍ତମାନ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ରଖିଛି ପୁଲିସ । ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସମିତିସଭ୍ୟ ପାର୍ଥୀ ମାନେ ଚେତାବନୀ ଦେଇଛନ୍ତି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories