www.samajalive.in
Thursday, December 11, 2025
15.1 C
Bhubaneswar

ନୂତନ ଅଧ୍ୟକ୍ଷାଙ୍କ ଆହାର କେନ୍ଦ୍ର ପରିଦର୍ଶନ

ବାଙ୍କୀ: ପବିତ୍ର ଉତ୍କଳ ଦିବସ ଅବସରରେ ବାଙ୍କୀ ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ମାଣିକ ସାହୁ ଶୁକ୍ରବାର ଦିନ ସଞ୍ଚାଳିତ ଆହାର କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ୮ନଂ ୱାର୍ଡର ପାରିଷଦ ପଠାଣି ବେହେରା, ୪ନଂ ପାରିଷଦ ସନାତନ ବେହେରା, ୧୦ନଂ ପାରିଷଦ ରାଜେନ୍ଦ୍ର କୁମାର ମହାପାତ୍ର, ପୂର୍ବତନ ପାରିଷଦ ସୌମେନ୍ଦ୍ର ମିଶ୍ର ପ୍ରମୁଖ ପରିଦର୍ଶନରେ ସାମିଲ ହୋଇଥିଲେ। ଅଧ୍ୟକ୍ଷା ମାଣିକ ସାହୁ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ଖାଦ୍ୟ ପରିବେଷଣ ସମ୍ପର୍କରେ ଆଲୋଚନା କରି ନିଜେ ଆହାର ପରସିଥିଲେ। ଏଥିସହ କାଉଣ୍ଟରରେ ଠିଆ ହୋଇ ୫ଟଙ୍କାର ଟୋକନ ଧରି ଅନୁରୂପ ଭାବରେ ସାଧାରଣ ଲୋକଙ୍କ ସହ ଖାଇବା ଟେବୁଲରେ ବସି ଆହର ଖାଇ ଖାଦ୍ୟର ମାନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେହିପରି ଟେବୁଲରେ ବସି ଖାଉଥିବା ଲୋକମାନଙ୍କ ସହିତ ଆହାର କେନ୍ଦ୍ରର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ନିଜର ଆତ୍ମ ସନ୍ତୋଷ ପ୍ରକାଶ କରିଛନ୍ତି। ଏନଏସିର ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, ସିଟି ମିଶନ ପରିଚାଳକ ଅଭିଜିତ୍‍ ଖୁଣ୍ଟିଆ, ବିଜୟ କୁମାର ରାଜ ପ୍ରମୁଖ ଉପସ୍ଥିତ ରହି ପରିଦର୍ଶନ କାର୍ଯ୍ୟକୁ ସଞ୍ଚାଳନ କରିଥିଲେ। ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଟିକିନା ଦାସ, ସମ୍ପାଦିକା ମନୋରମା ବେହେରା ଏବଂ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଆହାର କେନ୍ଦ୍ରର ପରିମଳ ବ୍ୟବସ୍ଥା, ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଏବଂ ଖାଦ୍ୟ ପରିବେଷଣ ଟେବୁଲ ଆଦି ସ୍ୱଚ୍ଛ ଓ ପରିସ୍କାର ପରିଚ୍ଛନ୍ନତାରେ ଅଧ୍ୟକ୍ଷା ଖୁସି ପ୍ରକଟ କରି ପରିଚାଳନା କରୁଥିବା ଗୋଷ୍ଠୀ ସଦସ୍ୟାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories