www.samajalive.in
Monday, December 8, 2025
20.1 C
Bhubaneswar

ପୁରୀରେ ଶୁଦ୍ଧ ନିରାମିଷ କାଫେଟେରିଆ ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ପୁରୀ: ପୁରୀ ସ୍ୱର୍ଗଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିବାକୁ ନିଷ୍ପତ୍ତି ନେଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ ନିରାମିଷ କାଫେଟେରିଆକୁ ଶୁକ୍ରବାର ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଛନ୍ତି । ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ଏହି କାଫେଟେରିଆରେ ଚା, ଜଳଖିଆ କରିବାର ସୁଯୋଗ ପାଇବେ। ସେହିପରି ନିଜ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ଆସୁଥିବା ଲୋକମାନେ ମଧ୍ୟ ଏହି କାଫେଟେରିଆ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଆଜିର ଏହି କାଫେଟେରିଆକୁ ମିଶାଇଲେ ଶ୍ରୀଜଗନ୍ନାଥ ଧାମ ପୁରୀ ସହରରେ ଓଟିଡିସି ନିଜର ଚତୁର୍ଥ ୟୁନିଟ୍ ଖୋଲିବାରେ ସକ୍ଷମ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପୁରୀ ସହରରେ ସୌନ୍ଦର୍ଯ୍ୟକରଣର ନୂଆ ଯୁଗ ଆରମ୍ଭ ହୋଇଛି ତଥା ‘ସ୍ୱର୍ଗଦ୍ୱାର’ର ପୁନଃନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇସାରିଛି । ସ୍ୱର୍ଗଦ୍ୱାର ନିକଟରେ କାଫେଟେରିଆ ଖୋଲିବା ପାଇଁ ଜମି ଯୋଗାଇ ଦେଇଥିବାରୁ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ସାଧୁବାଦ ଜଣାଉଛି । ଏହି ‘କାଫେଟେରିଆ’ର କର୍ମଚାରୀମାନେ ଅଧିକ ସମ୍ବେଦନଶୀଳ ଓ ସେବା ମନୋଭାବ ଦେଖାଇବେ ବୋଲି ଆଶା କରୁଛି । ଏଠାରେ ସୁଲଭ ଦରରେ ଶୁଦ୍ଧ ନିରାମିଷ ଜଳପାନର ସୁବିଧା ମିଳିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ଧରି ଓଟିଡିସି ନିଜର ଭିତ୍ତିଭୂମିକୁ ସୁଦୃଢ଼ ଓ ନବୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଆସୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଓଡ଼ିଶାକୁ ୨୦୨୨ ମସିହାର ଶ୍ରେଷ୍ଠ ତୀର୍ଥଯାତ୍ରୀ ରାଜ୍ୟ ଭାବେ ‘ସଫାରୀ ଇଣ୍ଡିଆ ସାଉଥ୍ ଏସିଆ ଟ୍ରାଭେଲ ଆଓ୍ବାର୍ଡସ ୨୦୨୨ ’ ପୁରସ୍କାର ମିଳିପାରିଛି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।

- Advertisement -

ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ପର୍ୟ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଥିଲେ ସୁଦ୍ଧା ପର୍ୟ୍ୟଟନ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ତଥା ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷକରି ଆମେ ବିଗତ ୨-୩ବର୍ଷ ମଧ୍ୟରେ ‘ଓଟିଡିସି’ର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଆସିଛୁ ।ସମୁଦ୍ର ବେଳାଭୂମି ବୁଲି ଆସୁଥିବା ଲୋକମାନେ ହୁଅନ୍ତୁ କି ସ୍ୱର୍ଗଦ୍ୱାରକୁ ଶବ ସଂସ୍କାର ପାଇଁ ଆସୁଥିବା ଲୋକମାନେ ଉଭୟ ଏହି କାଫେଟେରିଆରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଜଳପାନ ସୁବିଧା ପାଇପାରିବେ। ପୂର୍ବରୁ ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ସମୁଦ୍ର ବେଳାଭୂମିରେ ‘ହ୍ୱାଇଟ୍ କ୍ରାବ୍‌’ କାଫେଟେରିଆ ଓ ‘ନିମନ୍ତ୍ରଣ’ ରେଷ୍ଟୁରାଂଟ ଖୋଲାଯାଇଛି, ଯାହାକୁ ଗ୍ରାହକମାନେ ଅଧିକ ପସନ୍ଦ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବା ହେଉ କି ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ ଉନ୍ମୋଚନ ହିଁ ପରୋକ୍ଷରେ ଆମ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ପ୍ରଚାରପ୍ରସାର ଦିଗରେ ପ୍ରତିବଦ୍ଧତାକୁ ପ୍ରମାଣିତ କରାଇଛି । ସ୍ୱର୍ଗଦ୍ୱାର ପାଖରେ ଏହି ନୂଆ ନିରାମିଷ କାଫେଟେରିଆ ଲୋକଙ୍କ ଆବଶ୍ୟକତାକୁ ପୂରଣ ଦିଗରେ ସହାୟକ ହେବ ବୋଲି ମୋର ଆଶା ।

ଏହି ଅବସରରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓ ରୀନା ମହାପାତ୍ର, ଯୁଗ୍ମ ସଚିବ ପୂଜା ମିଶ୍ର ଓ ଏଲୋରା ଜେନା, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ପୁରୀ ଉପ ଜିଲ୍ଲାପାଳ ଭବଚରଣ ସାହୁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ ଓ ସ୍ଵର୍ଗଦ୍ଵାର ଦାୟିତ୍ଵରେ ଥିବା ଅଧିକାରୀ ସିଦ୍ଧାର୍ଥ ରାୟଙ୍କ ସମେତ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ କୁମାର ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ସମେତ ଓଟିଡିସିର ଅନ୍ୟ ପଦାଧିକାରୀ, ପୁରୀ ପାନ୍ଥନିବାସର ମ୍ୟାନେଜର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories