www.samajalive.in
Monday, December 8, 2025
20.1 C
Bhubaneswar

ଶିଶୁକୁ ଉଦ୍ଧାର କରି ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଗଲା

ପାତ୍ରପୁର: ପାତ୍ରପୁର ବ୍ଳକ ତୁରିବୁଡି ଗ୍ରାମର ଜଣେ ବ୍ୟବସାୟୀଙ୍କ ଛାତ ଉପରେ ଥିବା ପାଇଖାନାରୁ ଗୁରୁବାର ଅପରାହ୍ନରେ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଛି।ତେବେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ଆଜି ଶିଶୁଟିକୁ ଉଦ୍ଧାର କରାଯାଇଛି। ଗତକାଲି ଗ୍ରାମର ଅନ୍ତର୍ଯ୍ୟାମୀଙ୍କ ଘରଛାତରେ ପିଲାଟି କାନ୍ଦୁଥିବା ଶୁଣି ଉପର ମହଲା ଛାତକୁ ଯାଇ ଉଦ୍ଧାର ପରେ ଜଣେ ବ୍ୟକ୍ତି ନିଜ ହେଜପାତରେ ରଖିଥିଲେ। ଆଜି ପାତ୍ରପୁରଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କର୍ମକର୍ତ୍ତା ପହଞ୍ଚି ପୁଲିସ ଏବଂ ଶିଶୁ ବିକାଶ କର୍ମକର୍ତ୍ତାଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲେ। ଏହାପରେ ଶିଶୁକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ନିଆଯାଇଥିଲା। ଡା. ସମ୍ବିତ କୁମାର ବେଗରାୟ ଶିଶୁର ସ୍ୱାସ୍ଥ ଯାଞ୍ଚ କରିବା ପରେ ବ୍ରହ୍ମପୁର ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଯାଇଛି। ଶିଶୁଟିର ଓଜନ ୨.୬୦୦ଗ୍ରାମ ହୋଇଥିବା ବେଳେ ଚାରି ପାଞ୍ଚ ଦିନ ପୂର୍ବରୁ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ପାତ୍ରପୁର ଶିଶୁ ବିକାଶ ଅଧିକାରୀ ପଦ୍ମିନୀ ସାହୁଙ୍କୁ ଶିଶୁଟିକୁ ହସ୍ତାନ୍ତର କରିଥିଲେ। ତେବ ଶିଶୁଟିକୁ ତିନି ମହଲା ଛାତ ଉପରେ କିଏ ପକାଇ ଚାଲିଯାଇଛି? କିଭଳି କାହା ସହାୟତାରେ ପ୍ରସବ ପରେ ଛାତରେ ରଖାଯାଇଛି ତାହାର ବିଧିବଦ୍ଧ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories