www.samajalive.in
Tuesday, December 9, 2025
17.1 C
Bhubaneswar

ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ ସମାରୋହ

ବାଙ୍କୀ: ବାଙ୍କୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ୮୭ତମ ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ ସମାରୋହ ଶୁକ୍ରବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୫ଘଟିକା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ବାଙ୍କୀ ସହରରେ ପ୍ରଚାର କରାଯାଇଥିଲା। ପରେପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନୀଳମଣି ବିଦ୍ୟାରତ୍ନ, ପଣ୍ଡିତ ଗୋବିନ୍ଦ ରଥ, ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଦ୍ୱାରା ଦିବସର ଅନୁଚିନ୍ତା ପ୍ରଦାନ କରାଯାଇଛି। ସକାଳ ୮ଟାରେ ଓଡିଶା ଦିବସ ପାଳନ ଉପଲକ୍ଷେ ଆୟୋଜିତ ସମାରୋହରେ ଉପସ୍ଥିତ ଅତିଥି ମାନେ ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପ୍ରେସକ୍ଲବର ସଭାପତି ବଳଭଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ସମାରୋହରେ ସମ୍ମାନିତ ଅତିଥି ଭାବରେ ବାଙ୍କୀ ଏନଏସିର ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, ପ୍ରେସକ୍ଲବର ଉପସଭାପତି ସମରେନ୍ଦ୍ର ମହାପାତ୍ର, ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବସର ଅନୁଚିନ୍ତା ପ୍ରଦାନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆଶୁତୋଷ ନାୟକ, ହୃଦାନନ୍ଦ ପ୍ରଧାନ, ଚିନ୍ମୟ ସାମଲ, ବିଶ୍ୱାସ ବଳବନ୍ତରାୟ, ସୁଭ୍ରାଂଶୁ ବେହେରା, ସ୍ମୃତିଶିଖା ମହାପାତ୍ର, ଇତିଇପ୍ସିତା ପ୍ରିୟଦର୍ଶିନୀ, ତେଜସ୍ୱିନୀ ପାଇକରାୟ, ଅମିତ ସାହୁ, ପଦ୍ମିନୀ ଶତପଥି, ବିଷ୍ଣୁପ୍ରିୟା ରାଉତ, ଶିବାଙ୍କରୀ ଶୈଳଜିତ ବେହେରା ପ୍ରମୁଖଙ୍କୁ ବିଭିନ୍ନ ପ୍ରତିଯୋଗିତାର ୧ମ, ୨ୟ ଏବଂ ୩ୟ କୃତକାର୍ଯ୍ୟ ପାଇଁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ସିଲ୍ ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଓକିଲ, ବୁଦ୍ଧିଜିବୀ, ସମାଜସେବୀ ଓ ସାମ୍ବାଦିକମାନେ ଯୋଗଦେଇ ଓଡ଼ିଶା ଦିବସ ପାଳନକୁ ସଫଳ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories