www.samajalive.in
Thursday, December 11, 2025
16.1 C
Bhubaneswar

ବନ୍ୟା ସହାୟତା ପ୍ରଦାନ ନେଇ ରାଜନାଥଙ୍କୁ ଭେଟିଲେ ପିନାରାଇ ବିଜୟନ୍‍

ନୂଆଦିଲ୍ଲୀ : କେରଳର ୧୪ଟି ଜିଲାରେ ଭୟଙ୍କର ବନ୍ୟା ବିତ୍ପାତକୁ ମାସେ ବିତିଲାଣି; କିନ୍ତୁ କେନ୍ଦ୍ର ସରକାର ଘୋଷଣା କରିଥିବା ସହାୟତା ରାଶି ଅଦ୍ୟାବଧି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇ ନାହିଁ। ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୁଧବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତକରି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୀଘ୍ର ସହାୟତା ପାଣ୍ଠି ମଞ୍ଜୁର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଜୟନ ତାଙ୍କୁ ନିବେଦନ କରିଛନ୍ତି। ଏଥିସହିତ ବନ୍ୟା ପରିବର୍ତ୍ତୀ ଅବସ୍ଥା ଓ ଥଇଥାନ କାର୍ଯ୍ୟ ସମ୍ପର୍କରେ ସେ ରାଜନାଥଙ୍କୁ ଅବଗତ କରିଛନ୍ତି।
ଅଗଷ୍ଟ ମାସର ଏହି ବନ୍ୟା ବିଭୀଷିକାରେ ୪୮୮ଲୋକଙ୍କ ପ୍ରାଣହାନି ଘଟିଥିଲାବେଳେ ବ୍ୟାପକ କ୍ଷତି ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରାଥମିକ ପର୍ଯ୍ୟାୟରେ ୧୦୦କୋଟି ଓ ପରେ ପ୍ରଧାନମନ୍ତ୍ରୀ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହାଛଡ଼ା ରାଜ୍ୟ ସରକାରୀ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୫୬୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦ କରିଥିଲେ। ଗତ ସପ୍ତାହରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ଦଳ ୫ଦିନ ବ୍ୟାପୀ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ସହିତ ପରିସ୍ଥିତିର ସମୀକ୍ଷା ଓ କ୍ଷତି ଆକଳନ କରିଥିଲେ। ରାଜ୍ୟ ସରକାର ଏହି ଅବସରରେ କେନ୍ଦ୍ରକୁ ବିଧିବଦ୍ଧ ଭାବେ ୪ହଜାର ୭୦୦କୋଟି ଟଙ୍କାର କ୍ଷତିପୂରଣ ରାଶି ଯୋଗାଇଦେବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories