www.samajalive.in
Sunday, December 14, 2025
23.1 C
Bhubaneswar

ଆଜିଠୁ ବଦଳିବ ବ୍ୟାଙ୍କ, ଆୟକର ନିୟମ

ନୂଆଦିଲ୍ଲୀ :  ଏପ୍ରିଲ ୧ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ଦେଶରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିସହିତ ଆୟକର ଆଇନରେ ମଧ୍ୟ ପରିବର୍ତ୍ତନ ଘଟିବାକୁ ଯାଉଛି। ଏଗୁଡିକ ମଧ୍ୟରେ ଆଇଟିଆର୍‌ ଦାଖଲ, ଇପିଏଫ୍‌ ଉପରେ ଟିକସ ନିୟମ, କେୱାଇସି ନିୟମ ଏବଂ କ୍ରିପ୍ଟୋ ସମ୍ପତ୍ତି ପାଇଁ ନୂଆ ନିୟମ ଅନ୍ତର୍ଭୁକ୍ତ।

ଏପ୍ରିଲ ୧ରୁ କେୱାଇସି ସର୍ତ୍ତ ପୂରଣ କରୁନଥିବା ଆକାଉଣ୍ଟଗୁଡିକ ଉପରେ କଟକଣା ଲାଗୁ କରାଯିବ। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ‘ନୋ ୟୋର୍‌ କଷ୍ଟମର୍‌’ (କେୱାଇସି) ସର୍ତ୍ତାବଳୀ ଅନୁପାଳନ କରୁନଥବ, ସେଗୁଡିକରେ କାରବାର ଉପରେ କଟକଣା ଲଗାଯିବ। ଏପରିକି ଏହି ଆକାଉଣ୍ଟରୁ ଟଙ୍କା ଉଠାଣ ଓ ଜମା ଉପରେ କଟକଣା ଲାଗିପାରେ। ଏଥିସହିତ ଗୃହ ଋଣ କ୍ଷେତ୍ରରେ ମିଳୁଥିବା ଫାଇଦା ଆଉ ଗ୍ରାହକଙ୍କୁ ମିଳିବ ନାହିଁ। ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଗୃହ ଋଣ କ୍ଷେତ୍ରରେ ୪୫ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ସଂପତ୍ତି ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ନିମନ୍ତେ ଅତିରିକ୍ତ କାଟ୍‌ ବ୍ୟବସ୍ଥା ପାଇଁ ଦାବି ଉପସ୍ଥାପନ କରିପାରିବେ। ଏହାକୁ ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଥିବା ଆର୍ଥିକ ବର୍ଷ ନିମନ୍ତେ ଆଉ ବୃଦ୍ଧି କରାଯାଇ ନାହିଁ। ଏପ୍ରିଲ ୧ରୁ କ୍ରିପ୍ଟୋ କରେନ୍ସି କାରବାରରୁ ହେଉଥିବା ଆୟ ଉପରେ ୩୦% ଟିକସ ଲାଗିବ । ସେହିଭଳି ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ କେବଳ ବ୍ୟାଙ୍କରେ ଏକ ଘୋଷଣାନାମା ଦାଖଲ କରିବାକୁ ହେବ । ସେମାନେ ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ। ରାଜ୍ୟ ସରକାରୀ କର୍ମଚାରୀ ନ୍ୟାସନାଲ ପେନ୍‌ସନ ସ୍କିମ୍‌କୁ ଏପ୍ରିଲ ୧ରୁ ଅବଦାନ ଦେବା ସହିତ ସେମାନଙ୍କ ମୂଳ ବେତନ ଓ ମହଙ୍ଗା ଭତ୍ତାର ୧୪% ପର୍ଯ୍ୟନ୍ତ ଦାବି ଉପସ୍ଥାପନ କରିପାରିବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories