www.samajalive.in
Saturday, December 13, 2025
14.1 C
Bhubaneswar

ମଧ୍ୟ ପ୍ରାଚ୍ୟର ଅନେକ ଅଞ୍ଚଳରୁ କ୍ଷେପଣାସ୍ତ୍ର ହଟାଉଛି ଆମେରିକା

ନ୍ୟୁୟର୍କ .- ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ଥିବା ମିତ୍ର ଦେଶମାନଙ୍କରେ ଆମେରିକା ସୁରକ୍ଷା ପାଇଁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଥିଲା । ଶୀତଳ ଯୁଦ୍ଧ ସମୟରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ମୁତୟନ କରାଯାଇଥିଲା । ଆମେରିକାରେ ପ୍ରକାଶିତ ଓ୍ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ଅନୁସାରେ ଆମେରିକା ଏବେ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଅନେକ କ୍ଷେପଣାସ୍ତ୍ର ଓ ବିମାନ ନିରୋଧି କ୍ଷେପଣାସ୍ତ୍ର ସିଷ୍ଟମକୁ ହଟାଇ ଦେଉଛି ।

କୁଏତ୍‌, ଜୋର୍ଡାନ ଓ ବାହାରିନ୍‌ରୁ ଆମେରିକା ଅନେକ କ୍ଷେପଣାସ୍ତ୍ରକୁ ହଟାଇ ଦେଉଥିବା ଏଥିରେ ଖବର ପ୍ରକାଶିତ ହୋଇଛି । ଏବେ ଚୀନ , ଋଷ ଓ ଇରାନ ସହ ଆମେରିକାର ତିକ୍ତତା ବୃଦ୍ଧି ପାଇଛି । ଆସନ୍ତା ମାସ ସୁଦ୍ଧା ଅନେକ କ୍ଷେପଣାସ୍ତ୍ର ସିଷ୍ଟମକୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । ମାତ୍ର କେଉଁ ସ୍ଥାନରେ ଏଗୁଡିକ ପୁନଃ ସ୍ଥାପନ କରାଯିବ ସେ ବିଷୟରେ ସୂଚନା ଦିଆଯାଇ ନାହିଁ ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories