www.samajalive.in
Sunday, December 14, 2025
26.1 C
Bhubaneswar

ଧାମନଗର ଏନଏସିର ୬ଟି ବୁଥରେ ସାନି ମତଦାନ

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ(ଏନଏସି)ର ୬ଟି ବୁଥରେ ସାନି ମତଦାନ ହେବ। ରାଜ୍ୟ ନିର୍ବାଚନ ଆୟୋଗ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ତାରିଖରେ ସାନି ମତଦାନ ହେବ ଓ ୬ ତାରିଖରେ ଭୋଟ ଗଣତି ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବୁଥ ନମ୍ବର ୩, ୮, ୯, ୧୬, ୧୭ ଓ ୧୮ ସାନି ମତଦାନ ହେବ। ଦିନ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମତଦାନ ହେବ।

ସୂଚନା ଯୋଗ୍ୟ ନିର୍ବାଚନୀ ହିଂସା‌ ପାଇଁ ଏଠାରେ ମତଦାନ ବାତିଲ ହୋଇଥିଲା। ଧାମନଗର ଏନଏସିରେ ନିର୍ବାଚନ ସମୟରେ ରାଜନୈତିକ ହିଂସାରେ ରମେଶ ଚନ୍ଦ୍ର ଲେଙ୍କା ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ଛୁରା ମାଡ଼ କରିଥିଲା । ରମେଶଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଏବଂ ପରେ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା। ସେହି ଉତ୍ତେଜନାକୁ ନେଇ ୬ଟି ବୁଥରେ କିଛି ଦୁର୍ବୃତ୍ତ ଭଙ୍ଗା ରୁଜ୍ଜା କରିଥିଲେ। ପୁଲିସ ସେଥିମଧ୍ୟରୁ ସମ୍ପୃକ୍ତ ଥିବା କିଛି ଲୋକଙ୍କୁ ଗିରଫ କରିଛି। ତବେ ସେହି ଘଟଣାକୁ ନେଇ ଧାମନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ଯେଉଁଥି ପାଇଁ ନିର୍ବାଚନ ଆୟୋଗ ସାନି ମତଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories