www.samajalive.in
Sunday, December 14, 2025
16.1 C
Bhubaneswar

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ; “କାୟାକଳ୍ପ” ପୁରସ୍କାରରେ ରାଜ୍ୟରେ ପଞ୍ଚମ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧-୨୨ବର୍ଷ ପାଇଁ “କାୟାକଳ୍ପ” ପୁରସ୍କାରରେ ରାଜ୍ୟରେ ପଞ୍ଚମ ଓ ଗଜପତି ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି “ଇକୋ-ଫ୍ରେଣ୍ଡଲି” ସ୍ଵାସ୍ଥ୍ୟକେନ୍ଦ୍ର ଭାବେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ପ୍ରମାଣପତ୍ର ହାସଲ କରିବାରେ ସଫଳ ହୋଇପାରିଛି ।

ରାଜ୍ୟରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଗୁଣାତ୍ମକ ମାନବୁଦ୍ଧି, ଉନ୍ନତମାନର ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ସଂକ୍ରମଣ ନିୟନ୍ତ୍ରଣ, ବର୍ୟ୍ୟବସ୍ତୁ ପରିଚାଳନା, ପରିମଳ ପ୍ରୋତ୍ସାହନ, ଉନ୍ନତ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସୌନ୍ଦର୍ୟୀକରଣ, ପ୍ଳାଷ୍ଟିକ ଦୂରୀକରଣ ଆଦି “ଇକୋ-ଫ୍ରେଣ୍ଡଲି” ବ୍ୟବସ୍ଥାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଉଚ୍ଚସ୍ତରୀୟ ଅନୁଧ୍ୟାନରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସବୁ କ୍ଷେତ୍ରରେ ପାରାଦର୍ଶିତା ହାସଲ କରି ରାଜ୍ୟରେ ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି।

ଏହି ସଫଳତା ପଛରେ ପ୍ରଶାସନିକ ଅଧିକାରୀ ଡକ୍ଟର ଉଲ୍ଲାସ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ନିଷ୍ଠାପର ଉଦ୍ୟମ ଏବଂ ବରିଷ୍ଠ ଫ।ର୍ମାଶିଷ୍ଟ ସନ୍ତୋଷ ସୁବୁଦ୍ଧି, ନିରାମୟ ଫ।ର୍ମାଶିଷ୍ଟ ତଥା ସ୍ୱାସ୍ଥ୍ୟକର୍ମୀ ରଘୁନାଥ ବେହେରା , ଷ୍ଟାପନର୍ସ ରୀତା ଚରଣ, ସରିତା ରଇତ ,ସ୍ୱାସ୍ଥ୍ୟକର୍ମୀ ବିଜୟୀ ମିଶାଲ , ପରୀକ୍ଷାଗାର ସହଯୋଗୀ ସନ୍ତୋଷ ଗୁପ୍ତା, ନିର୍ମଳ ସୁପରଭାଇଜର ଧୀରେନ୍ଦ୍ର ପାଣିଗ୍ରାହୀ ଓ ସମସ୍ତ କର୍ମଚାରୀଙ୍କ ଅକ୍ଳାନ୍ତ ଉଦ୍ୟମରେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ର କାୟା କଳ୍ପ ଓ ଇକୋ-ଫ୍ରେଣ୍ଡଲି ପୁରସ୍କାର ଆଣିବାରେ ସଫଳ ହୋଇଥିବା ଡା. ଶ୍ରୀ ରାଉତ କହିଛନ୍ତି। ତେବେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କେବେ ପୁନରୁଦ୍ଧାର ହେବ,  ଲୋକେ ମୌଳିକ ସୁବିଧା ପାଇବେ, ରୋଗୀଙ୍କ ସମସ୍ୟା ଦୂର ହେବ ସେହି ଦିନକୁ ମୋହନା ଲୋକେ ଚାହିଁ ବସିଛନ୍ତି  ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories