www.samajalive.in
Sunday, December 14, 2025
26.1 C
Bhubaneswar

ଶେଷ ହେଲା ଖଣ୍ଡୁଆଳ ରାଜା ପର୍ବ

ଲାଞ୍ଜିଗଡ: ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ ଏହି ନାରାରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ଖଣ୍ଡୁଆଳ ମାଳି ଶିଖର । ପ୍ରକୃତିର ଆଦିମ ସନ୍ତାନମାନେ ମା ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ । ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଢାରାଜା ଓ ମା’ ଡୁକୁରୀଙ୍କୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ଖଣ୍ଡୁଆଳ ମାଳିକୁ ସୁରକ୍ଷିତ ରଖିବାକୁ ପଣ କରି ବଜ୍ର ଶପଥ ନେଇଥିଲେ । ଖଣ୍ଡୁଆଳ ବୁଢାରାଜାଙ୍କୁ ବଳିଭୋଜା ଦ୍ୱାରା ସନ୍ତୁଷ୍ଟ କରିବା ପରେ ରେରେକାର ସ୍ୱରରେ ବହୁରାଷ୍ଟ୍ରୀୟ କଂପାନୀକୁ ଦେଇଥିଲେ ଚରମ ଚେତାବନୀ । ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ଖଣ୍ଡୁଆଳ ମାଳିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି । ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ଖଣ୍ଡୁଆଳ ମାଳି ଛାଡିବୁ ନାହିଁ ବୋଲି ସେମାନେ ମିଳିତ ଭାବେ ଆହ୍ୱାନ ଦେଇଥିଲେ । ପ୍ରକୃତିର ଉପାସନା ଖଣ୍ଡୁଆଳ ରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କଂପାନୀର ଖଣିଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ମନ୍ୱୟର ପର୍ବ ଉଦ୍‌ଯାପିତ ହୋଇଯାଇଛି । ବହୁ ଚର୍ଚ୍ଚିତ ଖଣ୍ଡୁଆଳ ମାଳି ଶିଖରରେ ଦୁଇଦିନ ବ୍ୟାପି ଚାଲିଥିବା ଖଣ୍ଡୁଆଳ ବୁଢ଼ାରାଜା ପରବରେ ଅନେକ କାରଣକୁ ନେଇ ଚର୍ଚ୍ଚା ହୋଇଥିଲା ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ । ୨୪୦୦ ବର୍ଗ କିଲୋମିଟରରେ ରହିଥିବା ଏହି ଖଣ୍ଡୁଆଳ ମାଳି ମଧ୍ୟରେ ୩୨୨ ଗୋଟି ଝରଣା,୨୧୦ ଗୋଟି ଗାଁ ଓ କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକ ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ଖଣ୍ଡୁଆଳରାଜାଙ୍କ ବାର୍ଷିକ ଉତ୍ସବ ଖଣ୍ଡୁଆଳରାଜା ପରବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି ।

- Advertisement -

ଗତ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ଗାଁ ଗାଁ ବୁଲି ଲୋକଙ୍କ ବିକାଶ ନିମନ୍ତେ ଗ୍ରାମସଭା କରିବା ସହିତ ଲୋକଙ୍କୁ ଖଣ୍ଡୁଆଳ ମାଳି ପର୍ବରେ ଉପସ୍ଥିତ ରହିବା ପାଇଁ ଆହ୍ୱାନ ଦେଇଥିଲେ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା କମିଟି । ଏହା ପରେ ୨୮ ଓ ୨୯ ଦୁଇ ଦିନ ଧରି ଆରମ୍ଭ ହୋଇଥିଲା ଖଣ୍ଡୁଆଳ ମାଳି ପର୍ଵ । ଆଦିବାସୀ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ଖଣ୍ଡୁଆଳରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଆଦିବାସୀ ମହିଳାଙ୍କ ଦେହରେ କାଳିଶୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା । ଆଦିବାସୀ ସଂପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ଶହଶହ ସାଧାରଣ ଲୋକେ, ପରିବେଶବିତ୍‌ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ । ନିଜର ମା ମାଟିର ସୁରକ୍ଷା ପାଇଁ ଅଞ୍ଚଳର ୨୧୦ ଖଣ୍ଡ ଗ୍ରାମର ହଜାର ହଜାର ଆଦିବାସୀ ପୁରୁଷ, ମହିଳା ଏଥିରେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହେବା ଅଭୁତପୂର୍ବ ଦୃଶ୍ୟ ଥିଲା । ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ଉପସ୍ଥିତ ଥିବା ସାହାଯ୍ୟ ସହଯୋଗ ଓ ସମର୍ଥନ କରି ଆସୁଥିବା ପ୍ରଗତିଶୀଳ, ବୁଦ୍ଧିଜୀବୀ, ପରିବେଶବିତ, ଦେଶପ୍ରେମୀ, ଗଣତାନ୍ତ୍ରିକ ପ୍ରେମୀ, ମାନବାଧିକାର କର୍ମୀ ଏବଂ ବିଭିନ୍ନ ଗଣ ସଂଗଠନ ମାନଙ୍କୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା କମିଟି ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜଣାଯାଇଥିଲେ । ଏଥିରେ ଲୋକ ଜନଶକ୍ତି ଅଭିଯାନର ସଂଗ୍ରାମୀ ପ୍ରଫୁଲ୍ଲ ସାମନ୍ତରାୟ,ପଶ୍ଚିମ ଓଡ଼ିଶାକୃଷକ ସଂଗଠନର ସଦସ୍ୟ ଲିଙ୍ଗରାଜ ପ୍ରଧାନ, ନିୟମଗିରି ସୁରକ୍ଷା ସମିତିର ଲଦ ସିକାକା, ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ପ୍ରତାପ ଚିନାରା, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର, ସଦସ୍ୟ ବୈଦ୍ୟନାଥ ନାଏକ, ଜଗଦୀଶ ବେନିଆଁ, କୁଞ୍ଜ ମାଝୀ, ଲୋକନାଥ ମାଝୀ, ଦେବଦାସ ନାଏକ, ମାଧବ ନାଏକ, ମନ ମାଝୀ,ଲିପା ମାଝୀ, ହୃଷିକେଶ ମାଝୀ, ଟିଣୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ନେତୃତ୍ୱ ନେଇଥିବାବେଳେ ଖଣ୍ଡୁଆଳ ମାଳି ସଂଲଗ୍ନ ଅଞ୍ଚଳର ଲାଞ୍ଜିଗଡ, ଥୁଆମୂଳରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ୨୧୦ଟି ଗାଁର ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories