www.samajalive.in
Sunday, December 14, 2025
23.1 C
Bhubaneswar

ଅଗ୍ନିବିପନ୍ନ ପରିବାରକୁ ପଲିଥିନ ସହାୟତା

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ଅରଖପଦର କନ୍ଧସାହିର ଅଗ୍ନିବିପନ୍ନ ପରିବାର ସୀତା ମଲ୍ଲିକଙ୍କ ପାଖରେ ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ ମଙ୍ଗଳବାର ପହଞ୍ଚି ପଲିଥିନ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଏହା ସହିତ ଘରପୋଡି ବାବଦ ତଥ୍ୟ ସଂଗ୍ରହ କରି କ୍ଷେତ୍ର ରିପୋର୍ଟ ସ୍ଥାନୀୟ ତହସିଦାଲରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହାପରେ ସରକାରୀ ନିୟମ ଅନୁସାରେ ଅଗ୍ନିବିପନ୍ନ ବୃଦ୍ଧାଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।
ସୂଚନା ଥାଉ କି ହରଭଙ୍ଗା ପଞ୍ଚାୟତ ଅରଖପଦର କନ୍ଧସାହିର ସୀତା ମଲ୍ଲିକଙ୍କ ଘରେ କେହିନଥିବା ସମୟରେ ସୋମବାର ଅପରାହ୍ନ ସମୟରେ ଜଙ୍ଗଲରୁ ନିଆଁଲାଗି ଦୁଇ ବଖରା ଚାଳ ଘର ସହ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା। ତୁରନ୍ତ ଅଗ୍ନିବିପନ୍ନ ବୃଦ୍ଧାଙ୍କୁ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ଦାବୀ ହେଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories