www.samajalive.in
Saturday, December 13, 2025
18.1 C
Bhubaneswar

ବିଦ୍ୟୁତ୍ ସ୍ପର୍ଶରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା କଳାପାଣି ଛକର ଆନ୍ଧ୍ର ପଡ଼ାର ଏସ. ସତରାଜୁ(୬୫)ଙ୍କ ମଙ୍ଗଳବାର ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଯାଇଛି। ସେ ଆଜି ସକା​‌େ​‌ଳ ଗାଈମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା ବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାରର ସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ା ଏ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପୂର୍ବାହ୍ଣ ୮ଟାରୁ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଚାପା ଉତ୍ତେଜନା ଦେଖାଯିବାରୁ ବରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଥିଲେ।

ଆନ୍ଦୋଳନକାରୀ ମୃତକଙ୍କ ପରିବାରକୁ ବିଦ୍ୟୁତ୍ ବିଭାଗ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ମୃତକଙ୍କ ପରିବାରକୁ ଅତାବିରା ବିଭାଗୀୟ ଏସଡ଼ିଓ କମ୍ପାନୀ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ପରେ ଅପରାହ୍ଣ ୧ଟାରେ ଅବସ୍ଥା ସ୍ବାଭାବିକ ହୋଇଥିବା ଜଣାଯାଇଛି। ମୃତକଙ୍କ ନାତି ସାବାଳକ ହେଲେ ସେମାନଙ୍କ ମଧ୍ୟରୁ ଜଣକୁ ବିଦ୍ୟୁତ ବିଭାଗର ଏକ ଠିକା ସଂସ୍ଥାରେ ନିଯୁକ୍ତି ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଦୀର୍ଘ ସମୟ ଧରି ରାଜ ରାସ୍ତା ଅବରୋଧ ହୋଇଥିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories