www.samajalive.in
Saturday, December 6, 2025
19.1 C
Bhubaneswar

ସରିଲା ପୌର ନିର୍ବାଚନ, ମାଲକାନଗିରିରେ ବିଜେଡି, ବାଲିମେଳାରେ ବିଜେପି ବିଜୟୀ 

ମାଲକାନଗିରି : ବହୁ ଚର୍ଚିତ ମାଲକାନଗିରି ପୌର ପରିଷଦ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳର କଳ୍ପନା ଜଳ୍ପନାର ଅନ୍ତ ଘଟିଛିା ମାଲକାନଗିରି ପୌର ପରିଷଦରେ ବିଜେଡି ବିଜୟ ଲାଭ କରିଥିଲା ବେଳେ ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେପି ବିଜୟ ଲାଭ କରିଛନ୍ତିା ଚଳିତ ପଂଚାୟତ ନିର୍ବାଚନ ପରେ ପରେ ପୌର ପରିଷଦ ନିର୍ବାଚନ ନିମନ୍ତେ ବିଗୁଲ ବାଜିଥିଲ।। ଗତ ୨୪ ତାରିଖ ଦିନ ମତଦାନ ହୋଇଥିବା ବେଳେ ଆଜି ଫଳାଫଳ ଘୋଷଣା ହୋଇଛିା ବିଶେଷ କରି ମାଲକାନଗିରି ପୌର ପରିଷଦରେ ସମୁଦାୟ ୧୯ ଗୋଟି ୱାର୍ଡରେ ମତଦାନ ହୋଇଛିା ସେଥିମଧ୍ୟରୁ ବାର୍ଡ ନଂ. ୧. ୨, ୩, ୫, ୬, ୯, ୧୧, ୧୨, ୧୩, ୧୪, ୧୫, ୧୭, ୧୯ ଏହି ୧୪ଗୋଟି ୱାର୍ଡରେ ବିଜେଡି କାଉନସିଲର ବିଜୟ ଲାଭ କରିଥିବା ବେଳେ ବାର୍ଡ ନଂ. ୪, ୭, ୮, ୧୦, ୧୮ ଏହି ପାଂଚଗୋଟି ୱାର୍ଡରେ କଂଗ୍ରେସ ଦଳ ତରଫରୁ କାଉନସିଲର ପଦବୀ ବିଜୟ ଲାଭ କରିଛନ୍ତି ଏବଂ ବିଜେପି ଗୋଟିଏ ମଧ୍ୟ କାଉନସିଲର ପଦବୀ ହାସଲ କରି ପାରିନାହାନ୍ତି ।
ତେବେ ଅଧ୍ୟକ୍ଷ ପଦବୀ ନିମନ୍ତେ ଆଠଜଣ ପ୍ରତିଦ୍ୱନ୍ଦି କରିଥିବା ବେଳେ ସେଥିମଧ୍ୟରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରସୋର ପ୍ରତିଦ୍ୱନ୍ଦିତା ହୋଇଥିଲ।। ତେବେ ମାଲକାନଗିରି ପୌର ପରିଷଦର ୧୯ଗୋଟି ୱାର୍ଡରୁ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ମନୋଜ କୁମାର ବାରିକ ୭୮୪୭ ଭୋଟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି  କଂଗ୍ରେସ ସମର୍ଥିତ ପ୍ରାର୍ଥୀ  ଜି ଶ୍ରୀନିବାସ ରାଓଙ୍କୁ ୬୨୧୧ ଭୋଟ ମିଳିଥିଲ।। ସେହିପରି ବିଜେପିର ପ୍ରାର୍ଥୀ ସାମଲ ସୁନାନିଙ୍କୁ ୧୭୫୧ଟି ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ମନୋଜ କୁମାର ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ଜି. ଶ୍ରୀନିବାସ ରାଓଙ୍କ ଠାରୁ ୧୨୭୬ ଭୋଟରେ ଆଗୁଆ ରହି ବିଜୟଲାଭ କରିଛନ୍ତିା
ସେହିପରି ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ମୋଟ ୧୨ଟି ୱାର୍ଡ ଥିବା ବେଳେ ଅଧ୍ୟକ୍ଷ ପଦବୀ ପାଇଁ ୭ ଜଣ ପ୍ରତିଦ୍ୱନ୍ଦି କରିଥିଲୋ ତେବେ ଏହି ସାତଜଣଙ୍କ ମଧ୍ୟରୁ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋର ଧରିଥିବା ବେଳେ ବିଜେପିର ପ୍ରଦୀପ କୁମାର ନାୟକ ୨୭୮୧ ଭୋଟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସଂଜୀବ ଦୋରା ଜି. ୨୩୯୩ ଭୋଟ ହାସଲ କରିଥିଲେ ସେହିପରି କଂଗ୍ରେସର କପିଳା ପ୍ରଧାନଙ୍କୁ ୭୭୭ ଭୋଟ ମିଳିଥିଲ।। ତେବେ ବିଜେପିର ପ୍ରଦୀପ କୁମାର ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସଂଜୀବ ଦୋରା ଜି. ଙ୍କ ଠାରୁ ୩୮୮ ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତିା  ଏଥିପୂର୍ବରୁ ମାଲକାନଗିରି ଜିଲ୍ଲାରେ ପଂଚାୟତ ନିର୍ବାଚନରେ ସାତଟି ବ୍ଲକରେ ବ୍ଲକ ଅଧ୍ୟ କ୍ଷ ପଦବୀ ବିଜେଡି ହାସଲ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାସଲ କରିଛିା

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories