www.samajalive.in
Monday, December 8, 2025
27.1 C
Bhubaneswar

ଗୋଟିଏ ବଲ୍‌ରେ ୨୮୬ ରନ୍!

ଆଜିକୁ ଠିକ୍ ୧୫୭ ବର୍ଷ ତଳର ଘଟଣା, ୧୮୬୫ରେ ପୂର୍ବ ଅଷ୍ଟ୍ରେଲିଆର ବୁନ୍‌‌ବୁରୀ ଅଞ୍ଚଳରେ କ୍ରିକେଟ୍‌ ମ୍ୟାଚ୍୍ଟିଏ ଆୟୋଜିତ ହୋଇଥିଲା। ମ୍ୟାଚ୍‌ରେ ଭାଗ ନେଇଥିବା ଦୁଇ ଦଳ ଥିଲେ ‘ଭିକ୍ଟୋରିଆ’ ଓ ସ୍କ୍ରାଚ୍ ଇଲେଭେନ୍’। ଟସ୍‌ ଜିତିବା ପରେ ଭିକ୍ଟୋରିଆ ଦଳ ବ୍ୟାଟିଂ କରିବାକୁ ଆସିଲେ। ପ୍ରଥମ ବଲ୍‌ରେ ବ୍ୟାଟସ୍‌ମ୍ୟାନ୍‌‌ ଛକା ମାରିଲେ। ମଜାର କଥା ହେଉଛି ବଲ୍‌ଟି ଦୂରରେ ଥିବା ଗଛର କୋରଡ଼ରେ ଲାଖିରହିଗଲା। ବିପକ୍ଷ ଦଳ ବଲ୍‌କୁ ଦେଖି ନ ପାରି ‘ବଲ୍ ହଜିଯାଇଥିବା’ କହିଲେ। ଅମ୍ପାୟାର୍ କିନ୍ତୁ ସ୍ପଷ୍ଟ ଭାବେ ବଲ୍‌କୁ ଦେଖିପାରିଥିଲେ, ସେଥିପାଇଁ ସେ ଏହାକୁ ‘ଲଷ୍ଟ ବଲ୍’ ଘୋଷଣା କଲେନାହିଁ। ବିପକ୍ଷ ଦଳ ଅମ୍ପାୟାର୍‌ଙ୍କ ନିଷ୍ପତ୍ତି ଦେଖି ବଲ୍ ଆଣିବାକୁ ଧାଇଁଲେ, ଅନ୍ୟ ପାଖେ ଭିକ୍ଟୋରିଆ ଦଳ ରନ୍‌ ନେବାକୁ ଆଉ ହେଳା କଲେନି। ବଲ୍‌କୁ କୋରଡ଼ରୁ ବାହାର କରିବା ଏତେ ସହଜ ନଥିଲା। ୧୫-୨୦ ମିନିଟ୍ ଚେଷ୍ଟା କରି ମଧ୍ୟ କେହି ବଲ୍ ବାହାର କରିପାରୁନଥିଲେ, ଆଉ କିଛି ଉପାୟ ନ ପାଇ ଜଣେ ଖେଳାଳୀ ଦୌଡ଼ି ଯାଇ ପାଖ ଦୋକାନରୁ ପିସ୍ତଲ ଆଣିଲେ। ୫-୬ଥର ଗୁଳି ପରେ ମଧ୍ୟ ବଲ୍‌ ବାହାରିନଥିଲା। ଶେଷରେ ଗଛର ସେଇ ଭାଗ କଟାଯିବାରୁ ବଲ୍‌ଟି ତଳକୁ ପଡ଼ିଲା। ଏ ଭିତରେ ପର୍ଯ୍ୟାପ୍ତ ସମୟ ପାଇ ଭିକ୍ଟୋରିଆ ଦଳ ୨୮୬ ରନ୍ କରିସାରିଥିଲେ। ଗୋଟିଏ ବଲ୍‌୍ରେ ୨୮୬ରନ୍‌, ସତରେ ଗୋଟେ ବଡ଼ ଆଶ୍ଚର୍ଯ୍ୟ। ଏହି ଘଟଣାର ସମସ୍ତ ବିବରଣୀ ୧୮୯୪ ଜାନୁୟାରୀ ୧୫ରେ ‘ପଲ୍ ମଲ୍‌ ଗ୍ୟାଜେଟ୍‌’ର ଖେଳ ସ୍ତମ୍ଭରେ ପ୍ରକାଶିତ ହୋଇଥିଲା। ଏହି ଖବରର ସତ୍ୟାସତ୍ୟ ଏବେ ମଧ୍ୟ ଉହ୍ୟ ରହିଛି, କିନ୍ତୁ ଲଣ୍ଡନର ଜଣାଶୁଣା ଖବରକାଗଜରେ ପ୍ରକାଶିତ ହେବା ପରେ ଅନେକ ବିଶ୍ବାସ କରିଥିଲେ।

Hot this week

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

Related Articles

Popular Categories