www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର ଅଭିବୃଦ୍ଧି ଖସିବ : ଅଙ୍କ୍‌ଟାଡ

ଜେନେଭା: ୟୁକ୍ରେନ୍‍ ଯୁଦ୍ଧ ଏବଂ ବୃହତ୍‍ ଅର୍ଥନୈତିକ ନୀତିସମୂହରେ ପରିବର୍ତ୍ତନ କାରଣରୁ ୨୦୨୨ରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୨.୬%କୁ ହ୍ରାସପାଇବ ବୋଲି ୟୁଏନ୍‍ କନ୍‍ଫରେନ୍ସ ଅନ୍‍ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ଅଙ୍କ୍‍ଟାଡ) ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହା ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ୩.୬% ହେବା ଅନୁମାନ କରିଥିଲା। ଏଥିସହିତ ୨୦୨୨ରେ ଭାରତର ଅଭିବୃଦ୍ଧି ହାର ପ୍ରାୟ ୨%ରୁ ଅଧିକ ହ୍ରାସପାଇ ୪.୬% ହେବା ଏହା ଅନୁମାନ କରିଛି। ଯୁଦ୍ଧ କାରଣରୁ ଭାରତ ଇନ୍ଧନ ଯୋଗାଡ କରିବା ଏବଂ ଏହାର ବର୍ଦ୍ଧିତ ମୂଲ୍ୟ, ରୁଷ ବିରୋଧରେ ଜାରି ବାଣିଜ୍ୟ କଟକଣାର ପ୍ରଭାବ, ଖାଦ୍ୟ ମୂଲ୍ୟସ୍ଫୀତି, ନୀତିସମୂହକୁ କଡାକଡି କରାଯିବା ଏବଂ ଆର୍ଥିକ ସ୍ଥିରତା ଆଦି କାରଣରୁ ଏହାର ଅଭିବୃଦ୍ଧି ହ୍ରାସପାଇବା ନେଇ ଅଙ୍କ୍‍ଟାଡ ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

ଏଥିରେ କୁହାଯାଇଛି ଯେ ଚଳିତ ବର୍ଷ ରୁଷ୍‍ ଗଭୀର ମାନ୍ଦା ଅବସ୍ଥା ଲକ୍ଷ୍ୟ କରିବ। ତାହାସହିତ ପଶ୍ଚିମ ୟୁରୋପର କିଛି ଅଂଶ, କେନ୍ଦ୍ରୀୟ ୟୁରୋପର କିଛି ଭାଗ, ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ଅଭିବୃଦ୍ଧିରେ ଯଥେଷ୍ଟ ହ୍ରାସ ଘଟିବ। ପୂର୍ବରୁ ୨୦୨୨ରେ ଭାରତର ଅଭିବୃଦ୍ଧି ୬.୭% ହେବା ଅନୁମାନ କରାଯାଇଥିଲା। ଏଥିରେ କୁହାଯାଇଛି ଯେ ଦକ୍ଷିଣ ଓ ପଶ୍ଚିମ ଏସିଆର କିଛି ରାଷ୍ଟ୍ର ଦ୍ରୁତ ଅଭିବୃଦ୍ଧି ଏବଂ ଇନ୍ଧନ ଚାହିଦା ଓ ମୂଲ୍ୟ କାରଣରୁ କିଛି ଫାଇଦା ପାଇବାକୁ ଥିଲେ ମଧ୍ୟ ପ୍ରାଇମେରୀ କମୋଡିଟି ମାର୍କେଟ, ବିଶେଷକରି ଖାଦ୍ୟ ମୂଲ୍ୟସ୍ଫୀତି ଭଳି କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏହି ସବୁ ରାଷ୍ଟ୍ରକୁ ଅଧିକ କ୍ଷତି ପହଞ୍ଚାଇବ ଏବଂ ଉକ୍ତ ରାଷ୍ଟ୍ରଗୁଡିକର ନିଜସ୍ୱ ଆର୍ଥିକ ଅସ୍ଥିର ଅବସ୍ଥା ଏହି ସମସ୍ୟାକୁ ବହୁଗୁଣିତ କରିବ।

- Advertisement -

ଏହା ୨୦୨୨ ବର୍ଷରେ ଆମେରିକାର ଜିଡିପି ଅଭିବୃଦ୍ଧି ହାର ୩%ରୁ ୨.୪%କୁ ହ୍ରାସ କରିଛି। ଚୀନର ଅଭିବୃଦ୍ଧି ମଧ୍ୟ ୫.୭%ରୁ ୪.୮%କୁ ହ୍ରାସନେଇ ଏହା ଅନୁମାନ କରିଛି। ବିଶେଷକରି ରୁଷ୍‍ରେ ଅଭିବୃଦ୍ଧି ହାର ୨.୩%ରୁ ବିଯୁକ୍ତ ୭.୩%କୁ ଖସିବା ସହିତ ଏହା ଗଭୀର ମାନ୍ଦା ଅବସ୍ଥାକୁ ଚାଲିଯିବା ନେଇ ରିପୋର୍ଟରେ ସତର୍କ କରିଦିଆଯାଇଛି। ରୁଷ୍‍ ତୈଳ ଓ ଗ୍ୟାସ୍‍ ରପ୍ତାନି କରି ତାହାର ରାଜସ୍ୱ କ୍ଷତି ଭରଣା ଦିଗରେ ଉଦ୍ୟମ କରିବ, କିନ୍ତୁ ଏହା ବିରୋଧରେ ଜାରି କଟକଣା କାରଣରୁ ଏହା ପାଇଁ ବୈଦେଶିକ ବିନିମୟ ମୁଦ୍ରା ଉପାର୍ଜନ ନିମନ୍ତେ ସୀମିତ ସୁଯୋଗ ରହିବ, ଯାହା ଏହାର ଆମଦାନୀ ଏବଂ ଋଣ ପରିଶୋଧ କ୍ଷେତ୍ରରେ ନିଅଣ୍ଟ ହେବ। ଏହାଦ୍ୱାରା ରୁଷ୍‍ରେ ଆମଦାନୀ କରାଯାଉଥିବା ସାମଗ୍ରୀର ଘୋର ଅଭାବ ଘଟିବ, ତାହାସହିତ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଏହାର ମୁଦ୍ରାର ତୀବ୍ର ଅବମୂଲ୍ୟାୟନ ଏହାର ଚିନ୍ତା ବଢ଼ାଇବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories