www.samajalive.in
Saturday, December 13, 2025
14.1 C
Bhubaneswar

ରତାଗଡରେ ଚାରି ଦୋଳ ମେଲଣ ଉତ୍ସବ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ରତାଗଡ ଗ୍ରାମର ସର୍ବପୁରାତନ ଓ ପ୍ରସିଦ୍ଧ ଚାରି ଦୋଳ ମେଲଣ ଉତ୍ସବ ମଙ୍ଗଳବାର ରାତ୍ରିରେ ପାରମ୍ପରିକ ମତେ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଭରପୁର ରୋଷଣୀରେ ଗ୍ରାମ ପରିକ୍ରମା କରି ଚାରି ଦୋଳ ମେଲଣ ପଡିଆରେ ସମବେତ ହୋଇଥିଲେ। ଏହି ଉତ୍ସବ ମାର୍ଚ୍ଚ ୨୨ତାରିଖ ମଙ୍ଗଳବାରଠାରୁ ୨୩ତାରିଖ ବୁଧବାର ପର୍ଯ୍ୟନ୍ତ ୨ଦିନ ଧରି ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିରେ ପରିଚାଳିତ ହେବ ବୋଲି ଦୋଳ କମିଟି ସଭାପତି ମାନସ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ନୂଆଗାଁର ପ୍ରଭୁ ଗୋପୀନାଥ, ରତାଗଡର ରାଧାକୃଷ୍ଣ, ସଦାନନ୍ଦପୁରର ଦଧିବାମନ ସ୍ୱତନ୍ତ୍ର ବିମାନରେ ଆସି ସ୍ୱପ୍ନେଶ୍ୱର ଦେବଙ୍କୁ ଆମନ୍ତ୍ରଣ କଲାପରେ ଏକାଠି ଚାରି ଦିଅଁଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମପରିକ୍ରମା କରାଯାଇଥିଲା। ସ୍ୱପ୍ନେଶ୍ୱର ଉନ୍ନୟନ କମିଟିର ସଭାପତି ମାନସ ମହାପାତ୍ର, ସମ୍ପାଦକ ରତ୍ନାକର ରାଉତ, ରତାଗଡ ଗ୍ରାମର ସଭାପତି ସଦାଶିବ ବେହେରା, ସଦାନନ୍ଦପୁର ସଭାପତି ପ୍ରବୀର କୁମାର ମହାପାତ୍ର, ଗୋବିନ୍ଦପୁରର ସଭାପତି ପ୍ରଭାକର ସ୍ୱାଇଁ ପ୍ରମୁଖ ଦୋଳ ମେଲଣ ଉତ୍ସବକୁ ପରିଚାଳନା କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ଆଧୁନିକ ପରିପାଟିରେ ଯାତ୍ରା ଦରବାର ପକ୍ଷରୁ ମନୋରଞ୍ଜନଧର୍ମୀ ଯୁଗପୋଯୋଗୀ ନଟକ ଭାଇ ସାତପର ଭାରିଜା ନିଜର ନାଟକ ପରିବେଷଣ କରାଯାଇଥିଲା। ଚାରିଦୋଳ ଗ୍ରାମ ପରିକ୍ରମା ସମୟରେ ପାରମ୍ପରିକ ଘୋଡା ନାଚ, ବାଘ ନାଚ, ବୁଢାବୁଢି, ଭୃଶବ ନୃତ୍ୟ ପରିବେଷଣ କରାଯାଇଥିଲା। ରତାଗଡ ଗ୍ରାମର ସମ୍ପାଦକ ଧୃବ ଚରଣ ମହାରଣା, ସଦାନନ୍ଦପୁର ଗ୍ରାମର ସମ୍ପାଦକ ଧୃବଚରଣ ମହାରଣା(ଖ), ଗୋବିନ୍ଦପୁର ଗ୍ରାମର ସମ୍ପାଦକ ଶୁଷାନ୍ତ କୁମାର ରାଉତଙ୍କ ସମେତ ୩ ଗ୍ରାମର ଯାତ୍ରା କମିଟି ସଦସ୍ୟ ମାନେ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। କୋଭିଡ କଟକଣାରେ ଦୀର୍ଘ ୨ବର୍ଷ କାଳ ମନୋରଞ୍ଜନ କାର୍ଯ୍ୟକ୍ରମରୁ ବଞ୍ଚିତ ଥିବା ଗ୍ରାମବାସୀ ଚଳିତ ବର୍ଷ ଶୃଙ୍ଖଳାର ସହ ପାରମ୍ପରିକ ଉତ୍ସବ ଓ ସାଂସ୍କୃତିକ ଯାତ୍ରାକୁ ମନଭରି ଉପଭୋଗ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories