www.samajalive.in
Thursday, December 11, 2025
27.1 C
Bhubaneswar

ଦଳିଦେଲା ହାତୀ; ଚାଲିଗଲା ଜୀବନ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ପୁଣି ହାତୀ ଆତଙ୍କ। ଜଙ୍ଗଲୀ ହାତୀ ଆକ୍ରମଣରେ ବୁଧବାର ଚାଲକମବା ଗ୍ରାମର ଗଦାଧର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କାଲମା ଗ୍ରାମ ନିକଟସ୍ଥ ରୁପାପଦର ଗ୍ରାମରେ ଗତ କିଛି ଦିନ ଧରି ୬ ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଆଜି ସ୍ଥାନୀୟ କିଛି ଲୋକ ବନ ବିଭାଗର ବାରଣ ସତ୍ତ୍ୱେ ହାତୀପଲଙ୍କୁ ଦେଖିବାକୁ ଯାଇଥିଲେ। ହଠାତ ଲୋକଙ୍କୁ ଦେଖି ହାତୀ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ପ୍ରାଣ ବିକଳରେ ଦୌଡ଼ି ପଳେଇ ଆସୁଥିବା ବେଳେ ଗଦାଧର ତଳେ ପଡିଯାଇଥିଲେ। ଫଳରେ ହାତୀ ତାଙ୍କୁ ଦଳି ଦେଇଥିବା ଜଣାପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଗଦାଧର ସେନାପତିଙ୍କ ପରିବାରକୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories