www.samajalive.in
Sunday, December 7, 2025
23.1 C
Bhubaneswar

ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ; ଶୋଇଥିବା ସମୟରେ ଚାଲିଗଲା ୧୧ ଶ୍ରମିକଙ୍କ ଜୀବନ

ହାଇଦ୍ରାବାଦ : ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡା ସ୍ଥିତ କବାଡି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ବୁଧବାର ଜଣାପଡିଛି। ଏଥିରେ ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ସମସ୍ତ ଶ୍ରମିକ ବିହାରର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଭୋଇଗୁଡାରେ କବାଡି ଗୋଦାମରେ ସଭିଏଁ କାର୍ଯ୍ୟ କରୁଥିଲେ। ଅଗ୍ନିକାଣ୍ଡ ନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ,ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି।
ଗୋଦାମରେ ଥିବା ତାରରେ ସର୍ଟ ସର୍କିଟ୍‍ କାରଣରୁ ନିଆଁ ଲାଗି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁ ଧିରେ ଧିରେ  ବ୍ୟାପି ଯାଇଥିଲା। ଗୋଦାମରେ ବୋତଲ, କାଗଜ,ପ୍ଲାଷ୍ଟିକ ଅନ୍ୟ ତାର ରଖାଯାଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କବାଡି ଗୋଦାମରେ ପ୍ରଥମ ମହଲାରେ ୧୨ ଜଣ ଶ୍ରମିକ ଶୋଇଥିଲେ। ତଳ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା। ଶ୍ରମିକଙ୍କୁ ବାହାର କରିବାର ଏକମାତ୍ର ରାସ୍ତା ତଳ ମହଲାର କବାଡି ଗୋଦାମରେ ରହିଥିଲା। ଏହାର କବାଟ ବନ୍ଦ ଥିଲା। ଫଳରେ ସକାଳ ୮ଟା ମଧ୍ୟରେ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ସେଠାରୁ ନିଜ ଜୀବନ ରକ୍ଷା କରିବାକୁ ସଫଳ ହୋଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୩ ଘଣ୍ଟା ଧରି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖି ନିଆଁକୁ ଆୟତ୍ତ କରିଥିଲେ।
ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଅଗ୍ନିକାଣ୍ଡରେ ବିହାର ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନଙ୍କୁ ପାଞ୍ଚ-ପାଞ୍ଚ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ମୁଖ୍ୟ ସଚିବଙ୍କୁ ଘଟଣାରେ ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ମୃତଦେହକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories