ବଡ଼ସାହି : ମଙ୍ଗଳବାର ଦେଉଳିଆରେ ଅନନ୍ତ ଗୋପାଳ ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଶ୍ରୀମଦ୍ ଭାଗବତଙ୍କର ଜନ୍ମୋତ୍ସବ ପୂଜକ ଲମ୍ବୋଦର ଦାଶଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି। ସକାଳେ ପ୍ରଭାତ ଆରତୀ, ମଧ୍ୟାହ୍ନରେ ପ୍ରସାଦ ଲାଗି ପର୍ବ ଓ ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ଭାଗବତଙ୍କର ସାନ୍ନିଧ୍ୟ ଲାଭ କରିବା ସହିତ ଗ୍ରାମର ମଙ୍ଗଳ କାମନା କରିଛନ୍ତି। ସନ୍ଧ୍ୟାରେ ଭାଗବତଙ୍କ ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଭାପତି ଶକୁନ୍ତଳା ମହାପାତ୍ର ଓ ସମ୍ପାଦକ ଲଳିତ କୁମାର ଜେନା ଏହାକୁ ପରିଚାଳନା କରିଥିଲେ । ସେହିପରି ଦେଉଳିଆ ଦଧିବାମନ ଚନ୍ଦ୍ର ଜୀଉ ଭାଗବତ ଟୁଙ୍ଗୀରେ ମଧ୍ୟ ଧୂମଧାମରେ ଏହି ଭାଗବତଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। କର୍ମକର୍ତ୍ତା ବାସନ୍ତୀ ଗଜେନ୍ଦ୍ର ମହାପାତ୍ର, ହରିଶ୍ଚନ୍ଦ୍ର ବାରିକଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ଉପସ୍ଥିତ ରହି ସହଯୋଗ କରିଛନ୍ତି। ଅପରାହ୍ନରେ ସମସ୍ତ ଶ୍ରଦ୍ଧାଳୁ ଓ ବାଳିକା-ବାଳକମାନଙ୍କୁ ଆନନ୍ଦ ବଜାର ମାଧ୍ୟମରେ ପ୍ରସାଦ ବଣ୍ଟନ କରାଯାଇଥିଲା ।
Popular Categories



