www.samajalive.in
Tuesday, December 9, 2025
15.1 C
Bhubaneswar

ପୁଣି ବଢ଼ିଲା ସୁନା-ରୁପା ଦର, ୫୧ ହଜାର ଟପିଲା ସୁନା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର । ଆଜି ପୁଣି ଭାରତୀୟ ସୁନା ବଜାରରେ ସୁନା ଓ ରୁପାର ଦାମ୍ ବୃଦ୍ଧି ଘଟିଛି । ଗତକାଲି ଦିଲ୍ଲୀରେ ସୁନାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆଜି ପୁଣି ରୁପାର ମୂଲ୍ୟ ବଜାରରେ ବୃଦ୍ଧି ଘଟିଛି । ଗତକାଲି ଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୨୬ଟଙ୍କା ବୃଦ୍ଧି ଘଟିଥିଲା । ଆଜି ବଜାରରେ ରୁପାର ମୂଲ୍ୟ ଏକ କେଜି ପ୍ରତି ୧୭୩ ଟଙ୍କା ବୃଦ୍ଧି ଘଟିଛି । ଦାମ୍ ବୃଦ୍ଧି ନେଇ ଏଚଡିଏଫସି ସିକ୍ୟୁରିଟିଭ୍ ପକ୍ଷରୁ ସୂଚନା ମିଳିଛି ।

ଏହି କାରଣରୁ ବର୍ତ୍ତମାନ ବଜାରରେ ସୁନା ଓ ରୁପା ଦର ସାମାନ୍ୟ ବୃଦ୍ଧି ଘଟିଛି । ଦିଲ୍ଳୀରେ ସୁନାର ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୨୬ଟଙ୍କା ବୃଦ୍ଧି ଘଟି ୫୧ ହଜାର ୪ଶହ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ରୁପାର ମୂଲ୍ୟ ଏକ କେଜି ପ୍ରତି ୧୭୩ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୬ଟଙ୍କାରେ ପହଞ୍ଚିଛି । ଲଗାତର ସୁନା ଓ ରୁପା ଦରରେ ବୃଦ୍ଧି ଘଟୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ସୁନା ରୁପା ଦରରେ ଅହେତୁକ ବୃଦ୍ଧି ଘଟିଛି । ଆର୍ଥିକ ବର୍ଷର ପ୍ରଥମ ୧୧ ମାସ (ଏପ୍ରିଲ-ଫେବ୍ରୁଆରୀ) ରେ ସୁନା ଆମଦାନୀ ରେ ୭୩ ପ୍ରତିଶତ ବୃଦ୍ଧି ପାଇଛି। ସୁନା ଆମଦାନୀ ରେ ୭୩ ପ୍ରତିଶତ ବୃଦ୍ଧି ଘଟି ୪୫.୧ ବିଲିୟନ ଡଲାରରେ ପହଞ୍ଚିଛି । ଦେଶରେ ସୁନାର ଅଧିକ ଚାହିଦା ଦେଖି ସୁନା ଆମଦାନୀ ମଧ୍ୟ ବଢ଼ିବାରେ ଲାଗିଛି । ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ସୁନା ଆମଦାନୀ ୨୬.୧୧ ବିଲିୟନ ଡଲାରରେ ପହଞ୍ଚିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories