www.samajalive.in
Thursday, December 11, 2025
15.1 C
Bhubaneswar

କଲେଜ ସମ୍ମୁଖରେ ସ୍ପିଡ ବ୍ରେକର ନିର୍ମାଣ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ଶିତଳାପଲ୍ଲୀ ଠାରେ ଥିବା ପାରାଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ସ୍ପିଡ ବ୍ରକେର ନିର୍ମାଣ ନିମନ୍ତେ ବିଦ୍ୟାର୍ଥୀ ମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାର୍ଥୀଙ୍କ ଦାବି ମୁତାବକ ବ୍ରହ୍ମପୁର ସହରରୁ ବାହାରି ଥିବା ୫୯ ନମ୍ବର ଜାତୀୟ ରାଜପଥ ମହାବିଦ୍ୟାଳୟ ସମ୍ମୁଖ ରାସ୍ତା ଦେଇ ତାରାତାରିଣୀ ସମେତ ପୁରୁଷୋତ୍ତମପୁର ସହ ସଂଯୋଗ ହୋଇଛି । ଯହାଦ୍ୱାରା ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡି ମୋଟର ଚଳାଚଳ ସାଙ୍ଗକୁ ପୁରୁଷୋତ୍ତମପୁରରୁ ବାହାରୁଥିବା ବାଲିଟ୍ରକ ଯିବାଆସିବା କରୁଛି ।ଏହି ମୁଖ୍ୟରାସ୍ତା ଉପରେ ପାଖାପାଖି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୪୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ବ୍ୟବହାର କରିବା ସହ ଚଳପ୍ରଚଳ କରୁଛନ୍ତି । ପ୍ରତ୍ୟେକ ଦିନ ମହାବିଦ୍ୟାଳୟ ସମୟରେ ଅନେକ ଛାତ୍ରଛାତ୍ରୀ ଏହି ରାସ୍ତାପାର ହେଉଥିବା ବେଳେ ରାସ୍ତା ଉପରେ ଭାରି ଯାନ ଚଳାଚଳ ଓ ଦ୍ରୁତଗତି ଛାତ୍ରଛାତ୍ରୀଙ୍କ ପାଇଁ ଭୟ ସୃଷ୍ଟି କରୁଛି । ବିଗତ ଦିନରେ ଅନେକ ଦୁର୍ଘଟଣା ଘଟି ମୃତାହତ ହୋଇଥିବା ନଜିର ରହିଛି । ଏଣୁ ମହାବିଦ୍ୟାଳୟର ଛାତ୍ର ପ୍ରତିନିଧି ରାହୁଲ ଓ ତୃତୀୟ ବର୍ଷର ଛାତ୍ର କେ ବିଜୟ କୁମାର ରେଡ଼ି  ଉପ ଜିଲ୍ଲାପାଳ ଶ୍ରୀ ଭାସନଙ୍କ ସହ ଯୋଗାଯୋଗ କରି ଦାବିପତ୍ର ପ୍ରଦାନ ସହ ତୁରନ୍ତ ସ୍ପିଡ ବ୍ରକେର କିମ୍ବା ହମ୍ପସ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଉପଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories