www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ କର୍ମଚାରୀଙ୍କ ୧୧% ମହଙ୍ଗା ଭତ୍ତା ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । ପୁଣି ମଧ୍ୟପ୍ରଦେଶ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସରକାର ୧୧ଧକୁ ବୃଦ୍ଧି କରିଥିବା ବେଳେ ଏହା ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ । ଏନେଇ ସରକାର ନିର୍ଦେଶନାମା ଜାରି କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ସରକାରୀ କର୍ମଚାରୀଙ୍କ ପ୍ରିୟତା ଭତ୍ତା (ଡିଏ) କୁ ୨୦ ପ୍ରତିଶତରୁ ୧୧ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ କରୋନା ସଂକ୍ରମଣ କାରଣରୁ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରାଯାଇପାରୁନାହିଁ । ହେଲେ ବର୍ତ୍ତମାନ କରୋନା ସଂକ୍ରମଣରେ ରୋକ୍ ଲାଗିଥିବାରୁ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରିଥିବା ଘୋଷଣା କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୭ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ମଧ୍ୟପ୍ରଦେଶ ସରକାରଙ୍କ ଏହି ଘୋଷଣା ପରେ କେନ୍ଦ୍ର ସରକାର ମଧ୍ୟ ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି ବୋଲି ଅନୁମାନ କରାଯାଉଛି । କେନ୍ଦ୍ରସରକାର ତାଙ୍କ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି କରିପାରନ୍ତି । ୩ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୩୪ ପ୍ରତିଶତ ହାରରେ ଭତ୍ତା ପାଇବେ । ଏହା ଦ୍ବାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଉପକୃତ କରିବ । ତେବେ ସରକାର ବର୍ଷକୁ ୨ଥର ଭତ୍ତା ବୃଦ୍ଧି କରିଥାନ୍ତି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories